କନକ ବ୍ୟୁରୋ: ଛାତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ ସ୍କୁଲ । ପାଠ ପଢ଼ାଉଥିବା ଶିକ୍ଷକ ପାଲଟିଗଲେ ସୈତାନ । ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ, ଦୁଷ୍କର୍ମ କରିବା ଭଳି ଘଟଣା ସାରା ରାଜ୍ୟର ବିବେକକୁ ଦୋହଲାଇ ଦେଇଛି । ଦୁଇ ଶିକ୍ଷକଙ୍କୁ ଗିରଫ କରି ଆଇପିସିର ଏକାଧିକ ଦଫା ଲଗାଇଛି ପୁଲିସ । ଏପଟେ ମାମଲା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଂଚିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଶିକ୍ଷକ ରୂପୀ ଦୁଇ ସୈତାନ । ନାଁ: କେଶ ମାଝୀ ଏବଂ ସୁଚେନ୍ଦ୍ର ବିଶ୍ୱାସ । ଜଣେ ସ୍କୁଲର ପ୍ରଧାନଶିକ୍ଷକ ଆଉ ଜଣେ ସହକାରୀ ଶିକ୍ଷକ । ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ ଭିତରେ ଦୁଷ୍କର୍ମ କରିବା ଘଟଣାରେ ଏହି ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ୍ । ଗିରଫ ଦୁଇ ଜଣ ଶିକ୍ଷକଙ୍କ ନାଁରେ ଆଇପିସିର ଏକାଧିକ ଧାରା ସମେତ ପକ୍୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ନବରଙ୍ଗପୁରର ଏହି ଘଟଣା ସାରା ରାଜ୍ୟର ବିବେକ୍୍କୁ ଦୋହଲାଇ ଦେଇଥିବା ବେଳେ ଯେଉଁ କାହାଣୀ ସାମ୍ନାକୁ ଆସିଛି ତାହା ସଭ୍ୟସମାଜର ମୁଣ୍ଡକୁ ତଳକୁ କରି ଦେଇଛି ।
ଦୁଇ ଦିନ ତଳେ ଷଷ୍ଠ ଶ୍ରେଷ୍ଠୀର ଛାତ୍ରୀ ଜଣକ ଯେତେବେଳେ ସ୍କୁଲ ଯାଇଥିଲେ, ଠିକ୍ ସେହି ସମୟରେ ଏହି ଅମାନବୀୟ ଘଟଣା ଘଟିଥିଲା । ଲୋକଲଜ୍ଜା ଓ ମାନସିକ ଆଘାତ ଯୋଗୁଁ ପୀଡ଼ିତା ସ୍କୁଲ ଭିତରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ଘରେ କାହାରିକୁ କିଛି କହିନଥିଲେ । ହେଲେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ସେ ଅଚାନକ୍ ଅସୁସ୍ଥ ହୋଇଯାଇଥିଲେ । ଯନ୍ତ୍ରଣା ନକମିବାରୁ ଡାକ୍ତରଖାନାକୁ ନେଇଥିଲେ ପରିବାର ଲୋକ । ଆଉ ଯନ୍ତ୍ରଣାର କାରଣ ପଚାରିବା ପରେ ନର୍ସଙ୍କୁ ଘଟଣା ସମ୍ପର୍କରେ କହିଥିଲେ ପୀଡ଼ିତା ଛାତ୍ରୀ ।
ଏପଟେ ଏନଏଚଆରସିରେ ପହଂଚି ନବରଙ୍ଗପୁରର ଏହି ମାମଲା । ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ସହ ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଛି । ସେହିପରି ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠାଇଛି । ଯାହାର ଜବାବ୍ ରଖିଛି ବିଜେଡି ।
ନବରଙ୍ଗପୁରରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଘଟଣା ଛିଡ଼ା କରିଛି ଅନେକ ପ୍ରଶ୍ନବାଚୀ-
– ଦୁଷ୍କର୍ମ ଘଟଣାରେ ମୁହଁରେ ତୁଣ୍ଡି ବାନ୍ଧି କାହିଁକି ବସିଛି ପୁଲିସ?
– ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୨ ଦିନ ସମୟ ଲାଗିଲା କାହିଁକି?
– ଦଣ୍ଡମୁକ୍ତ ଅଂଚଳରେ ଧର୍ତ୍ତବ୍ୟ ଅପରାଧ ଘଟୁଛି କେମିତି?
– ସ୍କୁଲରେ ଯଦି ଦୁଷ୍କର୍ମ ହେବ, ପିଲାଙ୍କୁ ସ୍କୁଲ ଛାଡ଼ିବେ ତ’ ଅଭିଭାବକ?