କଳାହାଣ୍ଡିର ନିଆରା ଶିକ୍ଷକ । ବିଶାଳ ବଗିଚା କରି ଚାଷ କରୁଛନ୍ତି ଜାପାନର ମିଆଜାକି ଆମ୍ବ

Advertisment
କଳାହାଣ୍ଡିର ନିଆରା ଶିକ୍ଷକ । ବିଶାଳ ବଗିଚା କରି ଚାଷ କରୁଛନ୍ତି ଜାପାନର ମିଆଜାକି ଆମ୍ବ

କନକ ବ୍ୟୁରୋ : ପେଶା ଶିକ୍ଷକତା କିନ୍ତୁ ନିଶା ଗଛ ଲଗାଇବା । ଜାପାନୀ ପ୍ରଜାତିର ମିଆଜାକି ଆମ୍ବ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି କଳାହାଣ୍ଡିର ରକ୍ଷାକର ଭୋଇ । ଯିଏ କି ପେଶାରେ ଜଣେ ସରକାରୀ ଶିକ୍ଷକ । ପ୍ରକୃତି ପ୍ରତି ଥିବା ପ୍ରେମ ତାଙ୍କୁ ଜଣେ ସଫଳ ଚାଷୀ ବନାଇଛି । ତାଙ୍କ ବଗିଚାରେ ଅନେକ କିଶମର ଫୁଲ, ଫଳ ସହ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରହିଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାନ୍ଦୁଲଗୁଡ଼ା ଗାଁରେ ରକ୍ଷାକର ଭୋଇଙ୍କ ଘର । ପାଠ ପଢ଼ିବା ସମୟରେ ଗଛ ଲଗାଇବା ପ୍ରତି ଆକୃଷ୍ଟ ହୋଇଥିଲେ । ସେହିଦିନ ଠାରୁ ଗଛ ଲଗାଉଛନ୍ତି ରକ୍ଷାକର । ଯାହା ଏବେ ବିଶାଳ ବଗିଚାର ରୂପ ନେଇଛି ।

ଏବେ ରକ୍ଷାକରଙ୍କ ବଗିଚାରେ ୧୫ ପ୍ରକାରର ଆମ୍ବ ଗଛ ସହିତ ଥାଇଲାଣ୍ଡ ବରକୋଳି, ପାଣି ସେଓ, ପାନ ପତ୍ର, ଡାଳଚିନି, ତେଜପତ୍ର, ନଡ଼ିଆ, ପିସ୍ତାବାଦାମ ସମେତ ଅନେକ ଔଷଧୀୟ ବୃକ୍ଷ ରହିଛି । ଅନ୍ୟପଟେ ସେ ସ୍କୁଲକୁ ଯିବା ସମୟରେ ତାଙ୍କ ସ୍ତ୍ରୀ ବଗିଚାର ଯତ୍ନ ନିଅନ୍ତି । ବୃକ୍ଷରୋପଣ କରି ପରିବେଶ ସୂରକ୍ଷାର ବାର୍ତା ଦିଅନ୍ତି ରକ୍ଷାକର ଏବଂ ତାଙ୍କ ସ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe