ସାର୍ ରାଗିଗଲେ ପିଲାଙ୍କ ଚୁଟି କାଟିଦେଲେ! ସୁନାବେଡ଼ାରୁ ଆସିଲା ଶିକ୍ଷକଙ୍କ ସାଂଘାତିକ ରୂପ, ବିଶୃଙ୍ଖଳା କରୁଥିବା ଛାତ୍ରଙ୍କ ଚୁଟି କାଟିଦେଇଥିବା ଅଭିଯୋଗ । ଥାନାକୁ ଗଲା ମାମଲା, ମନ୍ତ୍ରୀ କହିଲେ, ହେବ କାର୍ଯ୍ୟାନୁଷ୍ଠାନ ।

221

କନକ ବ୍ୟୁରୋ: ସୁନାବେଡାରେ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ । ସହରର ନେତାଜୀ ଇଂଲିସ ମିଡିୟମ ସ୍କୁଲର ଛାତ୍ରଙ୍କୁ ସ୍କୁଲ କର୍ତୃପକ୍ଷ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଛାତ୍ରଙ୍କ ସମ୍ପର୍କୀୟ ଏ ନେଇ ସୁନାବେଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଗତ ୩୦ ତାରିଖରେ ସ୍କୁଲ ପ୍ରିନିସପାଲ ସଂପୃକ୍ତ ଛାତ୍ରଙ୍କ ବାପାଙ୍କୁ ଫୋନ କରି ସ୍କୁଲ ଭିତରେ ବିଶୃଙ୍ଖଳା କରୁଥିବା ଅଭିଯୋଗ କରିଥିଲେ ।

ଏହା ପରେ ସ୍କୁଲ କର୍ତୃପକ୍ଷ ସଂପୃକ୍ତଙ୍କ ଛାତ୍ରଙ୍କ ଚୁଟି କାଟିବା ସହ ଆଣ୍ଠେଇ ଅପମାନିତ କରିଥିବା ଓ ଏହାପରେ ଭୟରେ ସେ କେଉଁଆଡେ ଚାଲିଯାଇଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ସଂପୃକ୍ତ ଛାତ୍ର ଘରକୁ ଫେରିଆସିଛନ୍ତି । ସେପଟେ ଏଭଳି ଅଭାବନୀୟ ଘଟଣା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି କି, ଥାନାରେ ଯଦି ଏତଲା ହୋଇଛି । ତାହା ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଯଦି ଘଟଣା ସତ ହୋଇଥାଏ ତେବେ ଯିଏ ବି ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବନି ବିଭାଗ ।

Comments are closed.