କନକ ବ୍ୟୁରୋ: ସୁନାବେଡାରେ ଛାତ୍ରଙ୍କୁ ନିର୍ଯାତନା ଅଭିଯୋଗ । ସହରର ନେତାଜୀ ଇଂଲିସ ମିଡିୟମ ସ୍କୁଲର ଛାତ୍ରଙ୍କୁ ସ୍କୁଲ କର୍ତୃପକ୍ଷ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଛାତ୍ରଙ୍କ ସମ୍ପର୍କୀୟ ଏ ନେଇ ସୁନାବେଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଗତ ୩୦ ତାରିଖରେ ସ୍କୁଲ ପ୍ରିନିସପାଲ ସଂପୃକ୍ତ ଛାତ୍ରଙ୍କ ବାପାଙ୍କୁ ଫୋନ କରି ସ୍କୁଲ ଭିତରେ ବିଶୃଙ୍ଖଳା କରୁଥିବା ଅଭିଯୋଗ କରିଥିଲେ ।
ଏହା ପରେ ସ୍କୁଲ କର୍ତୃପକ୍ଷ ସଂପୃକ୍ତଙ୍କ ଛାତ୍ରଙ୍କ ଚୁଟି କାଟିବା ସହ ଆଣ୍ଠେଇ ଅପମାନିତ କରିଥିବା ଓ ଏହାପରେ ଭୟରେ ସେ କେଉଁଆଡେ ଚାଲିଯାଇଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ସଂପୃକ୍ତ ଛାତ୍ର ଘରକୁ ଫେରିଆସିଛନ୍ତି । ସେପଟେ ଏଭଳି ଅଭାବନୀୟ ଘଟଣା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି କି, ଥାନାରେ ଯଦି ଏତଲା ହୋଇଛି । ତାହା ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ଯଦି ଘଟଣା ସତ ହୋଇଥାଏ ତେବେ ଯିଏ ବି ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବନି ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/Sunabeda.jpg)