ମିଛ କହିଲେ ବନ୍ଧା ହେଲେ: କରୋନାକୁ ନେଇ ସୋସିଆଲ୍ ମିଡିଆରେ ଗୁଜବ : ଶିକ୍ଷକଙ୍କୁ ଗିରଫ କଲା ରାୟଗଡ଼ା ପୁଲିସ

ମିଛ କହିଲେ ବନ୍ଧା ହେଲେ: କରୋନାକୁ ନେଇ ସୋସିଆଲ୍ ମିଡିଆରେ ଗୁଜବ : ଶିକ୍ଷକଙ୍କୁ ଗିରଫ କଲା ରାୟଗଡ଼ା ପୁଲିସ

କନକ ବ୍ୟୁରୋ: କରୋନାକୁ ନେଇ ସୋସିଆଲ୍ ମିଡିଆରେ ମିଥ୍ୟା ତଥ୍ୟ ପ୍ରକାଶ କରିବା ଅଭିଯୋଗରେ ରାୟଗଡ଼ା ଟାଉନ୍ ଥାନା ପୁଲିସ୍ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ଗିରଫ ଶିକ୍ଷକଙ୍କ ନାମ ଭି. ପି. ଶ୍ରୀନିବାସ ରାଓ। ଘର ପିତାମହଲ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗିରଫ ପରେ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ୍ ଏମ୍ ପ୍ରକାଶ କରିଛନ୍ତି।

ଶିକ୍ଷକ ଜଣକ ଜେକେପୁର ଅଞ୍ଚଳରେ କରୋନାରେ ଆକ୍ରାନ୍ତ ହୋଇ ଜଣେ ରୋଗୀ ରହୁଥିବା ନେଇ ସୋସିଆଲ୍ ମିଡିଆରେ ମିଥ୍ୟା ପ୍ରଚାର କରିଥିଲେ। ରାୟଗଡ଼ା ପୁଲିସ ତ୍ବରିତ ପଦକ୍ଷେପ ନେଇ ମାମଲା ରୁଜୁ କରିବା ସହିତ ଶିକ୍ଷକଙ୍କୁ ଧରିବା ପାଇଁ ଖୋଜାଖୋଜି କରିଥିଲା। ଶିକ୍ଷକଙ୍କ ଠିକଣା ସଂପର୍କରେ ପୁଲିସ୍ ସୂଚନା ପାଇବା ପରେ ଆଜି ସକାଳେ ବାସଭବନରୁ ଗିରଫ କରିଥିଲା। ମଧ୍ୟାହ୍ନରେ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ କିଛି ବ୍ୟକ୍ତି ଏଥିରେ ସଂପୃକ୍ତି ଥିବା ଅଭିଯୋଗରେ ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ମାମଲାର ତଦନ୍ତ ଜାରି ରଖିଛନ୍ତି।

ଏହାପୂର୍ବରୁ ଗତ ୧୩ ତାରିଖ ଦିନ ମୁନିଗୁଡ଼ା ପୁଲିସ ସୋସିଆଲ୍ ମିଡିଆରେ ମିଥ୍ୟା ତଥ୍ୟ ପ୍ରଚାର କରିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ସତ୍ୟନାରାୟଣ ସାମଲଙ୍କୁ ଗିରଫ କରିଥିଲ। କରୋନାକୁ ନେଇ କୌଣସି ସୂଚନା ପ୍ରଘଟ କରିବା ଉପରେ ସରକାର କଟକଣା ଜାରି କରିଥିବା ବେଳେ ମିଥ୍ୟା ସୂଚନା ପ୍ରଚାର କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe