କନକ ବ୍ୟୁରୋ : ଭାରତୀୟମାନେ ସର୍ବାଧିକ ଚା ପ୍ରେମୀ । ଏହି କାରଣରୁ ଭାରତରେ ଚା ପତି ଠାରୁ ଆରମ୍ଭ କରି ଚା ପର୍ଯ୍ୟନ୍ତ ବ୍ୟବସାୟ ଅଧିକ ହୋଇଥାଏ । ସେପଟେ ଲୋକଙ୍କ ସ୍ୱାଦକୁ ନଜରରେ ରଖି ଚା ଦୋକାନୀମାନେ ଭିନ୍ନ ଭିନ୍ନ ପ୍ରକାରର ଚା ପ୍ରସ୍ତୁତ କରିଥାନ୍ତି । କେଉଁଠି ମସଲା ଚା ମିଳିଥାଏ ତ କେଉଁଠି ବରଫ ମିଶା ଚା, ଏହା ବ୍ୟତୀତ ସାଧାରଣ ଭାବେ କ୍ଷୀର ଚା ଓ ନାଲି ଚା ର ବିକ୍ରି ଭାରତ ବର୍ଷରେ ସର୍ବାଧିକ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତର ଏମିତି ଏକ ସହର ରହିଛି ଯେଉଁଠି ଲୋକମାନେ ମଦମିଶା ଚା ପିଇବାକୁ ପସନ୍ଦ କରିଥାନ୍ତି ଓ ଏହା ସେଠିକାର ଚା ଦୋକାନୀମାନେ ମଧ୍ୟ ପ୍ରସ୍ତୁତ କରିଥାନ୍ତି ।
ଭାରତର ଗୋଆ ହେଉଛି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ । ଏଠାକୁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଲୋକ ଛୁଟି କଟାଇବାକୁ ଆସିଥାନ୍ତି । ଆଉ ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଗୋଆରେ ସର୍ବାଧିକ ମଦ ବ୍ୟବସାୟ ହୋଇଥାଏ ଓ ଏହା ଅନ୍ୟ ରାଜ୍ୟ ତୁଳନାରେ ଶସ୍ତାରେ ମିଳିଥାଏ । ଏଠାରେ କିଛି ଚା ଦୋକାନରେ ଏବେ ଅଜବ ପ୍ରକାରର ଚା ମିଳୁଛି ଓ ଏହାକୁ ପିଇବାକୁ ପର୍ଯ୍ୟଟକଙ୍କ ଲମ୍ବା ଲାଇନ ଲାଗୁଛି । ଏହି ଚା କୁ ଗୋଆରେ ଉଲ୍ଡମଙ୍କ ଚା ବୋଲି କୁହାଯାଉଛି ।
Old monk tea in Goa. The end is near!!! 🙉 pic.twitter.com/1AYI0ikR40
— Dr V 🦷💉 (@DrVW30) November 3, 2022
ଗୋଆର କୋଡୋଲିମ୍ ବିଚ୍ ନିକଟ ରାସ୍ତାରେ ଏକ ଦୋକାନୀ ଉଲ୍ଡମଙ୍କ ରମର ଚା ପ୍ରସ୍ତୁତ କରୁଛନ୍ତି । ଦୋକାନୀ ଜଣଙ୍କ ମାଟିରେ ତିଆରେ ଚା କପକୁ ପ୍ରଥମେ ଚୁଲାରେ ଗରମ କରି ବାହାରକୁ ଆଣୁଛନ୍ତି । ଏହାପରେ ସେହି ମାଟି କପରେ ବୋତଲରୁ କିଛି ମଦ ବାହାର କରି ସେହି କପରେ ଢାଳୁଛନ୍ତି । ଏହାପରେ ଏହି କପରେ ସେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚା ରୁ କିଛି ଢାଳୁଛନ୍ତି । ଏହାକୁ କିଛି ସମୟ ପାଇଁ ସେ ମିଶ୍ରଣ କରିବା ପରେ ଗ୍ରାହକଙ୍କୁ ଦେଉଛନ୍ତି ।