କନକ ବ୍ୟୁରୋ : କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ୍ କଟକଣା ଲଗାଇଛନ୍ତି । ଫଳରେ ବିଭିନ୍ନ ଦୋକାନ ଖୋଲିବା ଉପରେ ଅଙ୍କୁଶ ରହିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବାଦ୍ ଆଉକେହି ବ୍ୟବସାୟ କରିପାରୁ ନାହାନ୍ତି । ଏହାକୁ ନେଇ ନାନା ପ୍ରକାର ହଇରାଣ ହେଉଛନ୍ତି ଛୋଟଛୋଟ ଦୋକାନୀ । ବିଶେଷ କରି ଚା’ ଦୋକାନ କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଗତ ଦୁଇମାସ ହେଲା ହାତବାନ୍ଧି ବସିଛନ୍ତି ।
ଗତବର୍ଷ ପ୍ରଥମ ଲହର ସମୟରେ ମଧ୍ୟ ଏମାନେ ଦୋକାନ ଖୋଲି ପାରିନଥିଲେ । ସରକାର ଏବେ ମିଠା ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ । ତେଣୁ କଟକଣା ଭିତରେ ଚା ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ଚା ଦୋକାନୀ । ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ କରିଛି ଚା ଦୋକାନ ମହାସଂଘ । ଦୋକାନ ଖୋଲିବାକୁ ଅନୁମତି ଦେବା କିମ୍ବା ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛି ମହାସଂଘ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/10-25.jpg)