୬ ବର୍ଷ ପରେ ଏନଡିଏକୁ ଫେରିଲା ଟିଡିପି । ଖୁବଶୀଘ୍ର ଆସନ ବୁଝାମଣା ନେଇ ଔପଚାରିକ ଘୋଷଣା ।

180

କନକ ବ୍ୟୁରୋ: ତୁଟିଲା ବିବାଦ, ମିଶିଲା ମନ । ୬ବର୍ଷ ପରେ ଏନଡିଏକୁ ଫେରିଲା ଟିଡିପି । ଶୁକ୍ରବାର ଦିଲ୍ଲୀରେ ପହଁଚି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଶନିବାର ଏନଡିଏକୁ ଫେରିଛି ଟିଡିପି । ସେପଟେ ଆନ୍ଧ୍ରପ୍ରଦେଶ ପାଇଁ ଡିଲ ଫାଇନାଲ ହୋଇଥିବା ଚର୍ଚ୍ଚା ହେଉଛି । ଲୋକସଭା ନିର୍ବାଚନ ପାଇଁ ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ମିଶି ଆନ୍ଧ୍ରରେ ନିର୍ବାଚନ ଲଢ଼ିବ ବିଜେପି । ଏଥିପାଇଁ ଆସନ ଭାଗବଂଟା ଶେଷ ହୋଇଥିଲେ ବି ଘୋଷଣାକୁ ଅପେକ୍ଷା । ସୂଚନା ଅନୁସାରେ ୧୭, ୬, ୨ ଫମୁର୍ଲା ପାଇଁ ୩ ଦଳ ମଧ୍ୟରେ ବୁଝାମଣା କରାଯାଇଛି ।

ଟିଡିପି, ଜେଏସପି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ପରେ ଏହି ଫମୁଲାରେ ହଁ ଭରିଛନ୍ତି । ସୁତ୍ର କହୁଛି ୬ଟି ଆସନରେ ବିଜେପି , ୧୭ଟିରେ ଟିଡିପି ଓ ୨ଟିରେ ଜେଏସପି ନିର୍ବାଚନ ଲଢ଼ିବ । ଭାଇଜାଗ, ବିଜୟୱାଡା, ଅରକୁ, ରାଜମପେଟ, ରାଜମୁନ୍ଦୁରୀ, ତିରୁପତି ଆସନରେ ନିର୍ବାଚନ ଲଢ଼ିବ ବିଜେପି । ସେହିପରି ୧୭୫ ବିଧାନସଭା ଆସନରୁ ବିଜେପି ଓ ଜେଏସପି ୩ଟି ଆସନରେ ଲଢ଼ିବାକୁ ସହମତି ଦେଇଛନ୍ତି । ୧୪୫ରେ ଏକାକୀ ଲଢ଼ିବ ଟିଡିପି । ତେବେ ଆସନ ବୁଝାମଣାକୁ ନେଇ ଖୁବଶିଘ୍ର ଔପଚାରିକ ଘୋଷଣା କରାଯିବ ।