ବିରୋଧ ପ୍ରଦର୍ଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ଟିଡିପି ସାଂସଦ : ଏଥର ମୋଦିଙ୍କ ‘୧୦ଟି ମୁଣ୍ଡ’ ଲଗାଇ ସଂସଦ ଭବନ ପହଂଚିଲେ ଏନ୍. ଶିବ ପ୍ରସାଦ

101

ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରୁଥିବା ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ସାଂସଦ ଏନ୍. ଶିବ ପ୍ରସାଦ ଆଜି ସଂସଦ ଭବନ ପରିସରରେ ରାବଣ ବନି ଆସିଥିଲେ । ତାଙ୍କର ପ୍ରତ୍ୟେକ ୧୦ଟି ମୁଖାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିନ୍ନ ଭିନ୍ନ ଫଟୋ ଥିଲା । ଯାହାକୁ ଦେଖି ସେଠି ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ସଂସଦର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏନ୍.ଶିବ ପ୍ରସାଦ ମୋଦିଙ୍କ ୧୦ଟି ମୁଖା ପିନ୍ଧି ଆସିଥିଲେ । ସେ ଯେଉଁ ମୁଖା ପିନ୍ଧିଥିଲେ, ସେଥିରେ ୯ଟି ମୁଣ୍ଡ ଥିଲା ଓ ପ୍ରତ୍ୟେକ ମୁଣ୍ଡରେ ମୋଦିଙ୍କ ଫଟୋ ଥିଲା ଏବଂ ୧୦ ନମ୍ବର ମୁଣ୍ଡ ତାଙ୍କର ଥିଲା ।

ଆନ୍ଧ୍ର ପ୍ରଦେଶକୁ ବିଶେଷ ରାଜ୍ୟ ଘୋଷଣା କରିବା ତଥା ଅନ୍ୟ ଦାବି ଗୁଡିକୁ ନେଇ ଟିଡିପି ସାଂସଦ ଅନେକ ଦିନରୁ ସଂସଦରେ ପ୍ରଦର୍ଶନ କରୁଛନ୍ତି । ଅଭିନେତାରୁ ନେତା ବନିଥିବା ଶିବ ପ୍ରସାଦ ପ୍ରତିଦିନ ଭିନ୍ନ ଭିନ୍ନ ଅନ୍ଦାଜରେ ସଂସଦ ଆସନ୍ତି । ଅନ୍ୟ ଟିଡିପି ସାଂସଦ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ତଳେ ପ୍ରଦର୍ଶନ କରୁଥିଲେ ତଥା ଆନ୍ଧ୍ରର ଦାବି ପୂରଣ କର ଓ ଆମକୁ ନ୍ୟାୟ ଦରକାର ବୋଲି ନାରା ଲଗାଉଥିଲେ ।