କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି ଯେ, ଟିଡିପି କ୍ଷମତାକୁ ଫେରିଲେ ଗରିବମାନଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କା ଦେବ । ଗତକାଲି ଚନ୍ଦ୍ରବାବୁ ନାଇଡୁ ନିଜର ଘୋଷଣା ପତ୍ର ଜାରି କରବା ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି।
https://aajtak.intoday.in/ଏଠାରେ ସୂଚନା ଯୋଗ୍ୟ ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗରିବଙ୍କୁ ପ୍ରତିବର୍ଷ ୭୨ ହଜାର ଟଙ୍କା ଦେବାର ଘୋଷଣା କରିଥିଲେ। ଚନ୍ଦ୍ରବାବୁ ନାଇଡୁ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଶୈଳୀରେ କୃଷକମାନଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ସହାୟତା ଦିଆଯିବ।
ଟିଡିପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଥିବା ଓ୍ଵାଇ ଏସ୍ଆର୍ କଂଗ୍ରେସ ନିଜର ଘୋଷଣା ପତ୍ର ଜାରି କରିବାର କିଛି ସମୟ ପରେ ଟିଡିପି ପକ୍ଷରୁ ଏହି ପ୍ରତିଶ୍ରୁତି ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Naidu_speech_paper.jpg)
/kanak/media/post_attachments/wp-content/uploads/2019/04/Naidu-newest-1-300x200.jpg)