କନକ ବ୍ୟୁରୋ : ଗଣତାନ୍ତ୍ରିକ ବ୍ୟବସ୍ଥାରେ ବହୁ ଦଳୟୀ ରାଜନୀତିକୁ ଗ୍ରହଣ କରାଯାଇଛି । ଏହାକୁ ଦେଶବାସୀଙ୍କ ବିକାଶ ଉର୍ଦ୍ଦେଶ୍ୟରେ ଗଣତନ୍ତ୍ର ସ୍ୱିକାର କରିଛି । କାରଣ ଦେଶରେ ବିରୋଧୀଦଳ ନରହିଲେ କ୍ଷମତାସୀନ ଦଳ ଏକଛତ୍ରବାଦ ଶାସନ କରିପାରେ ବୋଲି ଆଶା କରାଯାଏ । ହେଲେ ଏବେ ଦେଶରେ ବିଭିନ୍ନ ଦଳର ନେତା ଓ କର୍ମୀମାନେ ସେମାନଙ୍କ ଦଳର ନେତୃତ୍ୱଙ୍କ ପ୍ରତି ଏତେ ସମର୍ପିତ ହୋଇ ଯାଉଛନ୍ତି ଯେ ଲାଗୁଛି ଦଳର ଆଦର୍ଶ ଓ ଲୋକଙ୍କ ସମର୍ଥନ ନୁହେଁ ନେତୃ୍ତ୍ୱଙ୍କ ଅନୁଗାମୀ ଭାବେ ନିଜକୁ ପ୍ରତିପାଦିତ କରିପାରିଲେ ହିଁ ସେ ଆଗକୁ ବଢିପାରିବେ ।

Advertisment

ଏହି କ୍ରମରେ ଅନେକ ସମୟରେ ଦେଖିବାକୁ ମିଳେ ଯେ କିଛି ନେତା ସେମାନଙ୍କ ନେତୃତ୍ୱକୁ ଆଖିବୁଜି ସମର୍ଥନ କରିଥାନ୍ତି ତ କେହି କେହି ବି ନିଜ ଦେହରେ ନେତୃତ୍ୱଙ୍କ ପ୍ରତିଛବିକୁ ଟାଟୁ କରି ନେଇଥାନ୍ତି । ହେଲେ ଏବେ ଆନ୍ଧ୍ର ପ୍ରଦେଶରେ ଜଣେ ନେତା ତାଙ୍କ ନେତୃତ୍ୱଙ୍କ ପ୍ରତି ଏତେ ସମର୍ପିତ ହୋଇଯାଇଛନ୍ତି ଯେ ନିଜକୁ ଏକ ଜୋକର ବେଶରେ ସଜାଇ ବୁଲୁଛନ୍ତି ।

ନେଲୋର ପୌର ନିର୍ବାଚନରେ ହାରିବା ପରେ ଜଣେ ତେଲୁଗୁ ଦେଶମ୍ ପାର୍ଟି (ଟିଡିପିର) ନେତା ତାଙ୍କ ନିଜ ନିଶରୁ ଫାଳେ ଓ ମୁଣ୍ଡରୁ ଫାଳେ କ୍ଷୌର ବୁଲୁଛନ୍ତି । ସେ ପ୍ରତିଜ୍ଞା କରିଛନ୍ତି କି ଟିଡିପି ନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କ୍ଷମତାକୁ ନଫେରିବା ଯାଏଁ ସେ ଏଭଳି ଭାବେ ରହିବେ । କେବଳ ସେତିକି ନୁହେଁ ଟିଡିପିର ନେତା ଜଣଙ୍କ ବେକରେ ଏକ ସ୍ଲେଟ ଝୁଲାଇ ରଖିଛନ୍ତି , ଯେଉଁଥିରେ ଲେଖା ଯାଇଛି କି ଜଗନଙ୍କ ପ୍ରତ୍ୟାଖାନ କରି ନାଇଡୁଙ୍କୁ ପୁନଃନିର୍ବାଚିତ କରନ୍ତୁ । ଏଭଳି କରିଥିବା ବ୍ୟକ୍ତିଙ୍କ ନାମ କାପ୍ପେର ଶ୍ରୀନିବାସୁଲ୍ଲୁ ।

ପୌର ନିର୍ବାଚନରେ ଟିଡିପିର ଶୋଚନୀୟ ପରାଜୟ ପରେ ଏଭଳି ବିଚିତ୍ର ପ୍ରତିଜ୍ଞା କରିଛନ୍ତି ଶ୍ରୀନିବାସୁଲୁ । ଶ୍ରୀନିବାସୁଲୁ ଦାବି କରିଛନ୍ତି ଯେ, ଶାସକ ‘ୱାଇଏସ୍‌ଆର୍‌ସିପି’ ଭୋଟ୍‌ ଜାଲିଆତିରେ ସମ୍ପୃକ୍ତ ଅଛି ଏବଂ ନେଲୋର୍‌ ପୌର ନିର୍ବାଚନରେ ଭୋଟ୍‌ କିଣିବା ଲାଗି ମନ୍ତ୍ରୀ ଅନୀଲ କୁମାର ଏବଂ ତାଙ୍କ ସମର୍ଥକମାନେ ବ୍ୟାପକ ଟଙ୍କା ଦେଇଛନ୍ତି।

ଅପରପକ୍ଷେ, ନେଲୋର୍‌ ପୌର ନିର୍ବାଚନରେ ବିପୁଳ ବିଜୟ ପାଇଁ ‘ୱାଇଏସ୍‌ଆର୍‌ସିପି’ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ଜଗନମୋହନ ଜଳ ସମ୍ପଦ ମନ୍ତ୍ରୀ ପି. ଅନୀଲ କୁମାର ଯାଦବ ଏବଂ ଜିଲ୍ଲାସ୍ତରୀୟ ଦଳୀୟ ନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।