କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶରେ ରାଜନୀତିରେ ହିଲପ୍ୟାଲେସକୁ ନେଇ ଚର୍ଚ୍ଚା । ନୂଆ ସରକାର ଟିଡିପି ଏବେ ପୁରୁଣା ସରକାରଙ୍କ ଉପରେ ବଡ ଅଭିଯୋଗ ଆଣିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ପାହାଡ଼ ଉପରେ ୫ଶହ କୋଟି ମୂଲ୍ୟର ବିଳାସପୂର୍ଣ୍ଣ ବଙ୍ଗଳା ରହିଥିବା ଟିଡିପିର ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି

Advertisment

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ଉପରେ ବଡ ଅଭିଯୋଗ ଆଣିଛି ଚନ୍ଦ୍ରବାବୁଙ୍କ ଟିଡିପି । କ୍ଷମତାରେ ଥିବା ସମୟରେ ସରକାରୀ ଅର୍ଥ ଆତ୍ମସାତ କରି ଜଗନମୋହନ କୋଟି କୋଟି ଟଙ୍କାର ବିଳାସପୂର୍ଣ୍ଣ ଘର, ରିସୋର୍ଟ ସମ୍ପତି, ଜମି କରିଥିବା ବର୍ତମାନର ସରକାର ଅଭିଯୋଗ ଆଣିଛନ୍ତି ।

ପାହଡ଼ ଉପରେ ଜଗନଙ୍କ ପ୍ରାସାଦ
ରିଷିକୋଣ୍ଡା ପାହାଡ଼ ଉପରେ ଜଗନମୋହନଙ୍କ ‘ପ୍ୟାଲେସ’ ରହିଛି
ବିଳାସପୂର୍ଣ୍ଣ ବଙ୍ଗଳାର ଦାମ ପ୍ରାୟ ୫ଶହ କୋଟି
୩ମହଲାରେ ୧୨ଟି ରୁମ ଅଛି
ଇଂଟରିୟର ଡିଜାଇନରେ ୩୩କୋଟି ଟଙ୍କା ଖର୍ଚ୍ଚ କରାଯାଇଛି
ଲକ୍ଷାଧିକ ଟଙ୍କା ମୂଲ୍ୟର ୨ଶହ ଲାଇଟ ଓ ଝୁମର ରହିଛି
୬୦ଲକ୍ଷ ଟଙ୍କାର ବାଥରୁମ ରହିଛି
୨୦ଫୁଟର ବ୍ୟାରିକେଟ କରାଯାଇଛି

ନିକଟରେ ଟିଡିପି ବିଧାୟକ ଶ୍ରୀନିବାସ ରାଓ ଏନଡିଏ ପ୍ରତିନିଧିମଣ୍ଡଳୀ ଏବଂ ସାମ୍ବାଦିକଙ୍କ ସହ ଏଠାକୁ ଯାଇଥିଲେ । ଫେରିବା ପରେ ସୋସିଆଲ ମିଡିଆରେ ଜଗନମୋହନଙ୍କ ଏହି ସମ୍ପତିକୁ ବାବଦରେ ସୂଚନା ଦେବା ପରେ ଆନ୍ଧ୍ର ରାଜନୀତିରେ ହଲଚଲ ଦେଖାଦେଇଛି ।

ଟିଡିପି ଅଭିଯୋଗରେ ବଙ୍ଗଳା ପାଇଁ ବହୁ ପରିମାଣର ଗଛ କଟାଯାଇଛି । ରାଜ୍ୟ ସରକାରଙ୍କ ଗ୍ରୀନ କରିଡରକୁ ଭଙ୍ଗାଯାଇଛି । କେବଳ ସେତିକି ନୁହେଁ କୋର୍ଟରେ ମିଛ ତଥ୍ୟ ଦେଇ ଏହି ଏହାକୁ ତିଆରି କରିଥିଲେ ଜଗନମୋହନ ।

ପ୍ରଥମେ ଏହି ବଙ୍ଗଳାକୁ ଜଗନମୋନ ରାଜ୍ୟ ସରକାରଙ୍କ ପଂଚତାରକ ହୋଟେଲ ନାଁ ଦେଇଥିଲେ ଓ ପରେ ଟୁରିଜିମ ପ୍ରୋଜେକ୍ଟଭାବେ ଦର୍ଶାଯାଇଥିଲା । ସବୁଠୁ ବଡ କଥା ହେଉଛି ପତ୍ନୀଙ୍କ ଇଚ୍ଛାକୁ ପୂରଣ କରିବାକୁ ଜଗନମୋହନ ସରକାରୀ ଅର୍ଥରୁ ନିଜ ପାଇଁ ଏହାକୁ ତିଆରି କରିଥିବା ଅଭିଯୋଗ କରିଛି ଟିଡିପି । ସେପଟେ ସବୁ ଅଭିଯୋଗକୁ ଖାରଜ କରିଛି ୟାଇଏସଆର କଂଗ୍ରେସ ।

ଦିନ ଥିଲା ଜଗନମୋହନଙ୍କ ନିର୍ଦ୍ଦେଶକ୍ରମେ ସ୍କିଲ ଡେଭଲପମେଂଟ ସ୍କାମରେ ଚନ୍ଦ୍ରବାବୁ ନାଇଡୁଙ୍କୁ ରାସ୍ତା ଉପରୁ ଗିରଫ କରିଥିଲା ଆନ୍ଧ୍ରପୁଲିସ । ସମୟଚକ୍ର ବଦଳିଛି ଦୁର୍ନୀତି ଅଭିଯୋଗରେ ଏବେ ଜଗନମୋହନଙ୍କ ପ୍ରତି କ’ଣ ଆଭିମୁଖ୍ୟ କ’ଣ ରହିବ ତାକୁ ଅପେକ୍ଷା