ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ଅନଲାଇନ ଶିକ୍ଷା । ରାଜ୍ୟ ସରକାରଙ୍କ ସହ ଟିସିଏସର ଚୁକ୍ତି ସ୍ୱାକ୍ଷର

1,922

କନକ ବ୍ୟୁରୋ : ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ଅନଲାଇନ ଶିକ୍ଷା ଦେବ ଟିସିଏସ । ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଟିସିଏସ ଚୁକ୍ତି ସ୍ୱାକ୍ଷର କରିଛି । ଏହା କେବଳ ୨୧୪ଟି ଆଦର୍ଶ ବିଦ୍ୟାଳୟ ଓ ୧୦୧ ଉତ୍କର୍ଷ ବିଦ୍ୟାଳୟରେ ଲାଗୁ ହେବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ନବମ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ଅନଲାଇନ କ୍ଲାସ ପାଇଁ ଟିସିଏସ ଯୋଉ ଅଫର ଦେଇଥିଲେ ତାକୁ ଆଜି ଅନୁଷ୍ଠାନିକ ଭାବରେ ଆଜି ଉଦଘାଟନ କରିଛି । ଏନେଇ ରେଜିଷ୍ଟ୍ରେସନ ମଧ୍ୟ ଶେଷ ହୋଇଛି । ଟିସିଏସ ଭାରତରେ ଏକ ଆଗଧାଡିର ଅନୁଷ୍ଠାନ ବୋଲି କହିଥିଲେ ମନ୍ତ୍ରୀ ସମୀର ଦାଶ ।

କୋଭିଡ ଯୋଗୁଁ ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ଏବର୍ଷ ସ୍କୁଲ ଖୋଲିବେନି ବୋଲି ରାଜ୍ୟ ସରକାର ମନା କରିଦେଇଛନ୍ତି । ତେଣୁ ଅନଲାଇନ ଶିକ୍ଷା ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଟିସିଏସ ।