ସଫ୍ଟୱେର କମ୍ପାନୀଙ୍କୁ ଘାରିଛି ବାଘ ଡର । ଇନଫୋସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ, ବଦଳିଲା ଟିସିଏସ୍ କର୍ମଚାରୀଙ୍କ ଡ୍ୟୁଟି ସମୟ ।

6,006

କନକ ବ୍ୟୁରୋ: ବାଘ ଡରରେ ଆତଙ୍କିତ ସଫ୍ଟୱେର କମ୍ପାନୀ କର୍ମଚାରୀ । ମିନି ମୁମ୍ବାଇ କୁହାଯାଉଥିବା ଇନ୍ଦୋର ସ୍ଥିତ ଇଣ୍ଟରନ୍ୟାସନାଲ ସଫ୍ଟୱେର କମ୍ପାନୀ ଇନଫୋସିସ୍ ଓ ଟିସିଏସ୍ ତରଫରୁ ଜାରି କରାଯାଇଛି ନୂଆ ଆଡଭାଇଜରୀ । ଯେଉଁଥିରେ ଇନଫୋସସିସ୍ କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ହୋମ୍ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଟିସିଏସ୍ କର୍ମଚାରୀଙ୍କୁ ମଙ୍ଗଳବାର ନିର୍ଦ୍ଧାରିତ ସମୟ ଠାରୁ ଭିନ୍ନ ସମୟରେ ଆସିବାକୁ କୁହାଯାଇଥିଲା । ଯେଉଁମାନେ ସକାଳ ସିଫ୍ଟରେ ଆସିବା କଥା ସେମାନଙ୍କୁ ଦିନ ଥାଇ ଅଫିସ ଛାଡିବାକୁ କୁହାଯାଇଥିବାବେଳେ ଯେଉଁମାନଙ୍କର ରାତି ସିଫ୍ଟ ସେମାନଙ୍କୁ ସନ୍ଧ୍ୟା ପୁର୍ବରୁ ଅଫିସରେ ପହଞ୍ଚିବାକୁ କୁହାଯାଇଛି ।

ଇନ୍ଦୋର ସ୍ଥିତ ସୁପର କରିଡରରେ ମଙ୍ଗଳବାର କଲରାପତରିଆ ବାଘ ଦେଖାଯିବା ପରେ ସେଠାରେ କୋକୁଆ ଭୟ ଦେଖାଯାଇଛି । ତେବେ ବନ ବିଭାଗ ପହଞ୍ଚି ଖୋଜିବା ଆରମ୍ଭ କରିଛି । ବିଭାଗୀୟ ଅଧିକାରୀଙ୍କ ଠାରୁ କୌଣସି ନିର୍ଦ୍ଦେଶ ନପାଇବା ଯାଏ ଜାରି ହୋଇଥିବା ଆଡଭାଇଜରୀ ଅନୁସାରେ କାମ କରିବାକୁ କୁହାଯାଇଛି ।