‘ୱାର୍କ ଫ୍ରମ ହୋମ’ ସୁବିଧା ହଟାଇଲା ଟିସିଏସ: ନଭେମ୍ବର ୧୫ରୁ ଅଫିସ ଯିବେ କର୍ମଚାରୀ

Advertisment
‘ୱାର୍କ ଫ୍ରମ ହୋମ’ ସୁବିଧା ହଟାଇଲା ଟିସିଏସ: ନଭେମ୍ବର ୧୫ରୁ ଅଫିସ ଯିବେ କର୍ମଚାରୀ

କନକ ବ୍ୟୁରୋ: ମାର୍ଚ୍ଚ ୨୦୨୦ରୁ କରୋନା ସଂକ୍ରମଣ ବଢ଼ିବା ପରେ ‘ୱାର୍କ ଫ୍ରମ ହୋମ’ ନିୟମ ଲାଗୁ କରିଥିଲେ ସରକାର। କରୋନା ସଂକ୍ରମଣକୁ କମ କରିବା ପାଇଁ ଘରେ ରହି କାମ କରିବାକୁ ସରକାର ପରାମର୍ଶ ଦେଇଥିଲେ। ପରେ ସଂକ୍ରମଣ କମ ହେବା ପରେ ଧୀରେ ଧୀରେ ବିଭିନ୍ନ ସରକାରୀ ଏବଂ ବେସରକାରୀ କମ୍ପାନିମାନେ ‘ୱାର୍କ ଫ୍ରମ ହୋମ’ ସୁବିଧା ହଟାଇଥିଲେ। ଏବେ ଦେଶରେ ଟିକାକରଣ ଶେଷ ପର୍ଯ୍ୟାୟ ଆଡ଼କୁ ଯାଉଥିବା ବେଳେ ‘ୱାର୍କ ଫ୍ରମ ହୋମ’ ସୁବିଧା ହଟାଇବାକୁ ନିଷ୍ପତ୍ତି ନେଇଛି ଟିସିଏସ।

ତେବେ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି କାର୍ୟ୍ୟାଳୟକୁ ଫେରିବା କାମ ପର୍ୟ୍ୟାୟକ୍ରମେ କରାଯିବ ବୋଲି କମ୍ପାନି ନିଜ ବିବୃତିରେ କହିଛି। ବର୍ତ୍ତମାନ, କମ୍ପାନିର ୫,୨୮,୭୪୮ କର୍ମଚାରୀଙ୍କ ମଧ୍ୟରୁ କେବଳ ୫% କର୍ମଚାରୀ ଅଫିସରୁ କାମ କରୁଛନ୍ତି। କମ୍ପାନି ପକ୍ଷରୁ କୁହାଯାଇଛି ଯେ, ୨୦୨୧ର ଶେଷ ଆଡକୁ, ଆମେ ଆମର କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଫେରିବା ପାଇଁ ଉତ୍ସାହିତ କରିବୁ। ପରେ ପର୍ୟ୍ୟାୟକ୍ରମେ ୨୫/୨୫ ମଡେଲ ଲାଗୁ କରାଯିବ। ଆବଶ୍ୟକତା ଅନୁଯାୟୀ କର୍ମଚାରୀ ଅଫିସ ଆସି କାମ କରିବେ।

ଏହାପୂର୍ବରୁ ଟିସିଏସ୍ ସିଇଓ ରାଜେଶ ଗୋପୀନାଥନ୍ କହିଥିଲେ ଯେ, ମହାମାରୀର ତୃତୀୟ ଲହରକୁ ଦେଖି ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ଆରମ୍ଭରେ କମ୍ପାନି ୭୦-୮୦% କର୍ମଚାରୀଙ୍କୁ ଅଫିସରୁ କାମ କରିବାକୁ ଡାକିବାକୁ ଯୋଜନା କରିଛି। ମାହାମାରୀର ପ୍ରକୋପ କମ ହେବା ସହ କର୍ମଚାରୀ ମଧ୍ୟ ଅଫିସ ଆସି ପୂର୍ବଭଳି କାମ କରିବେ ବୋଲି ସେ କହିଥିଲେ। ଏବେ ଟିକାକରଣ ସହ ସଂକ୍ରମଣ ଟିକେ କମ ହେବାରୁ କମ୍ପାନି ପର୍ଯ୍ୟାୟକ୍ରମେ କର୍ମଚାରୀଙ୍କୁ ଅଫିସ ଡାକିବାକୁ ଯୋଜନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe