କନକ ବୁରୋ : ବିପଜ୍ଜନକ ଭିଡିଓ ରେକର୍ଡିଂ କରି ପୋଷ୍ଟ କରିବା ହେଲା କାଳ । ସ୍କୁଲରେ ପାଠ ପଢା ସମୟରେ ଲୁଚିଛପି କରୁଥିଲେ ଦୁଃସାହସିକ ଭିଡିଓ ରେକର୍ଡିଂ । ବିଦ୍ୟାଳୟ ଛାତରୁ ପ୍ରାୟ ୧୦ ଫୁଟ ଦୂରରେ ଥିବା ଏକ ପରିତ୍ୟକ୍ତ ଏଏନଏମ୍ କ୍ୱାର୍ଟରକୁ ଲମ୍ଫ ମାରୁଥିଲେ । ହେଲେ କ୍ୱାର୍ଟସର ଆଜବେଷ୍ଟ ଭାଙ୍ଗିଯିବାରୁ ତଳକୁ ଖସି ଆହତ ହେଲେ । ଏପରି ଦୃଶ୍ୟ ସାମ୍ନାକୁ ନବରଙ୍ଗପୁର ରାଇଘର ଅଞ୍ଚଳରୁ ।

Advertisment

ରାଇଘର ସଦର ମହକୁମାର ଏକ୍ସ ବୋର୍ଡ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ସାମ୍ନାକୁ ଆସିଛି । ଲମ୍ଫ ମାରିଥିବା ଛାତ୍ର ଜଣଙ୍କ ତଳେ ପଡ଼ିଯାଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ସ୍କୁଲ କର୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି । ଭିଡିଓ ଆଧାରରେ ୭ ଜଣ ଛାତ୍ରଙ୍କୁ ଚିହ୍ନଟ କରି ବିଦ୍ୟାଳୟକୁ ଡକାଇ ଟିସି ଦେଇଛନ୍ତି । ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ଭୟରେ ଅଭିଭାବକମାନେ ପରୀକ୍ଷା ପର୍ଯ୍ୟନ୍ତ ସ୍କୁଲ ଆସିବାକୁ ଅନୁରୋଧ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ଏନେଇ ଅନୁମତି ପ୍ରଦାନ କରିଛନ୍ତି ।

କେତେ କ୍ଷତିକାରକ ରିଲ୍ସ ?

- ଦେଶରେ ୩୦କୋଟିରୁ ଅଧିକ ଲୋକ ରିଲ୍ସ ତିଆରି କରୁଛନ୍ତି
- ଦେଢ଼ କୋଟିରୁ ଅଧିକ ଲୋକ ରିଲ୍ସରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି
- ରିଲ୍ସ ଏବେ ଯୁବପିଢ଼ିଙ୍କ ନିଶା ପାଲଟୁଛି
- ୨୦୨୨ରେ ରିଲ୍ସ କରି ଦେଶରେ ୪୫ ହଜାର ଲୋକଙ୍କ ମୃତ୍ୟୁ ରେକର୍ଡ କରାଯାଇଛି
- ବାଇକରେ ଷ୍ଟଂଟ ବେଳେ ୧୦ ହଜାର ମୃତ୍ୟୁ
- ଉଚ୍ଚ ସ୍ଥାନରେ ରିଲ୍ସ କରି ୯ ହଜାର ଜଣଙ୍କ ଜୀବନ ଯାଇଛି
- ରିଲ୍ସ କରି ବିମାନ ଓ ରେଳରେ ୭୭୫ ଜଣଙ୍କ ମୃତ୍ୟୁ
- ରାସ୍ତା ଉପରେ ରିଲ୍ସ କରି ୬୫୦ ଜଣଙ୍କ ମୃତ୍ୟୁ
-୨୦୩୦ ସୁଦ୍ଧା ପ୍ରତିବର୍ଷ ୧ଲକ୍ଷ ମୃତ୍ୟୁ ରିଲ୍ସ ଯୋଗୁଁ ହୋଇପାରେ
- ରିଲ୍ସ ଯୋଗୁଁ ସର୍ବାଧିକ ମୃତ୍ୟୁ ମୁମ୍ବାଇରେ ହୋଇଛି
- ଓଡ଼ିଶାରେ ରିଲ୍ସ ଯୋଗୁଁ ଦେଢ଼ ହଜାର ଲୋକଙ୍କ ମୃତ୍ୟୁ ହୋଇଛି
- ରିଲ୍ସକୁ ନେଇ ଦେଶର ୭ଟି ରାଜ୍ୟରେ ଗାଇଡ୍ ଲାଇନ ଜାରି ହୋଇଛି