କରୋନା ଭୟ ଭିତରେ ଆସିଲା ସାଙ୍ଘାତିକ ତଥ୍ୟ । କରୋନା ଠାରୁ ମାରାତ୍ମକ କିଏ ? ଆସିଲା ୨୦୧୯ର ବାର୍ଷିକ ରିପୋର୍ଟ, ଯକ୍ଷ୍ମାରେ ଆକ୍ରାନ୍ତ ହୋଇଛନ୍ତି ୨୪ ଲକ୍ଷ ରୋଗୀ, ବର୍ଷକରେ ଯାଇଛି ୭୯ ହଜାର ଲୋକଙ୍କ ଜୀବନ

1,717

କନକ ବ୍ୟୁରୋ: ଦିନକୁ କେତେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଏ ନେଇ ପ୍ରତିଦିନ ଗଣନା ଚାଲିଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, କରୋନା ଠାରୁ ଅଧିକ ମାରାତ୍ମକ ରୋଗ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ନେଉଛି । କରୋନା ଅନ୍ୟ ରୋଗ ଠାରୁ ଅଧିକ ସଂକ୍ରମିକ ସତ, ତେବେ ଏହାଠାରୁ ଆହୁରି ସାଂଘାତିକ ରୋଗରେ ପଡ଼ି ଲୋକେ ଜୀବନ ସଂଘର୍ଷ କରୁଛନ୍ତି । କରୋନା ସମୟରେ ଯାହାର ହିସାବ ଆମେ ରଖିପାରୁନାହୁଁ ।

କରୋନା ଠାରୁ ମାରାତ୍ମକ ଯକ୍ଷ୍ମା । ଭାରତରେ ୨୪ ଲକ୍ଷ ଯକ୍ଷ୍ମା ରୋଗରେ ଆକ୍ରାନ୍ତ। ବର୍ଷକରେ ଯକ୍ଷ୍ମାରେ ଯାଇଛି ୭୯ ହଜାର ଜୀବନ । କରୋନାକୁ ନେଇ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଟ୍ୟୁବରକୁଲୋସିସ୍ ବା ଯକ୍ଷ୍ମା କିପରି ଭାରତରେ ଘାତକ ପାଲଟିଛି, ଏହି ପରିସଂଖ୍ୟନ ହିଁ ଦର୍ଶାଉଛି । ୨୦୧୯ ବାର୍ଷିକ ଟିବି ରିପୋର୍ଟ ଅନୁସାରେ ପ୍ରତି ତିନି ମାସରେ ୨୦ ହଜାର ଲୋକଙ୍କ ଜୀବନ ନେଇଛି ଯକ୍ଷ୍ମା । ଗତ ସାଢ଼େ ତିନି ମାସରେ କରୋନା ନେଇଛି ୧୫ ହଜାର ଜୀବନ ।

ଭାରତ ସରକାର ଦେଇଥିବା ସଂଖ୍ୟା ଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଆହୁରି ଅଧିକ । ଆଶ୍ୱିସ୍ତକର ଖବର ହେଉଛି- ଚିକିତ୍ସା ପରେ ଅନେକ ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ୨୦୧୮ରେ ୬୯ ପ୍ରତିଶତ ଯକ୍ଷ୍ମାରୋଗୀଙ୍କ ଭଲ ହୋଇଥିବା ବେଳେ ୨୦୧୯ରେ ୮୧ ପ୍ରତିଶତକୁ ଏହା ବୃଦ୍ଧି ପାଇଛି । ଦେଶରେ ଅଧା ଯକ୍ଷ୍ମା ରୋଗୀ କେବଳ ୫ଟି ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶର ୨୦ ପ୍ରତିଶତ, ମହାରାଷ୍ଟ୍ରର ୯ ପ୍ରତିଶତ, ମଧ୍ୟପ୍ରଦେଶର ୮ ପ୍ରତିଶତ ଏବଂ ରାଜସ୍ଥାନ ଓ ବିହାରରେ ୭ ପ୍ରତିଶତ ଲେଖାଏଁ ରୋଗୀ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ସବଦ୍ଧନ କହିଛନ୍ତି, ୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମାମୁକ୍ତ କରାଯିବ । ତେବେ ଯକ୍ଷ୍ମ୍ମା ରୋଗୀଙ୍କ ମୃତ୍ୟୁ ଓ ଆକ୍ରାନ୍ତଙ୍କ ଏହି ସଂଖ୍ୟା ଦେଖିଲେ ଜଣାପଡ଼ୁଛି କରୋନା ଠାରୁ ଆହୁରି ଭୟଙ୍କର ରୋଗ ଭାରତରେ ରହିଛି ।