କନକ ବ୍ୟୁରୋ: ମହିଳାଙ୍କୁ ମିଶନ ଶକ୍ତି ଦେଇଛି ନୂଆ ପରିଚୟ । ଅବସର ସମୟକୁ ଅପଚୟ ନ କରି କିଛି ନୂଆ କରିବାର ଆଶା ଓ ପ୍ରୟାସ ଦେଇଛି ସଫଳତା । ଘରେ ବସି ସମୟକୁ ନଷ୍ଟ ନ କରି ବାଲେଶ୍ୱର ତାହାରାପୁର ଗାଁର ମହିଳାମାନେ ରୋଜଗାର କରିବାକୁ ଲାଗିପଡ଼ିଛନ୍ତି । ମେସିନ ସାହାଯ୍ୟରେ ମାଟିର ବିଭିନ୍ନ ସାମଗ୍ରୀ ତିଆରି କରି ସ୍ୱାବଲମ୍ବୀ ହୋଇଛନ୍ତି ୨୫ ଜଣ ମହିଳା । ବାଲେଶ୍ୱର ସଦର ବ୍ଲକ ତାହାରାପୁର ଗାଁର ‘ନୀଳମାଧବ ସ୍ୱୟଂ ସହାୟକ ଗୋଷ୍ଠୀ’ର ସଫଳତାକୁ ନେଇ ଆମ ରିପୋର୍ଟ ‘ମିଶନ ଶକ୍ତି ଦେଇଛି ପରିଚୟ’ ।
ଦୃଢ ଇଚ୍ଛାଶକ୍ତି ଏବଂ ପରିଶ୍ରମ ଫଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ହେବ । ଏ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ୱର ସଦର ବ୍ଲକ ତାହାରାପୁର ଗାଁ ‘‘ନୀଳମାଧବ ସ୍ୱୟଂ ସହାୟକ ଗୋଷ୍ଠୀ’ର ସଦସ୍ୟା । ଏହି ଗ୍ରୁପରେ ପାଖାପାଖି ୨୫ ମହିଳା ନିଜ ପରିଶ୍ରମ ଫଳରେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ମେସିନ ସାହାଯ୍ୟରେ ମାଟିର ବିଭିନ୍ନ ସାମଗ୍ରୀ ତିଆରି କରି ସ୍ଥାନୀୟ ବଜାରରେ ବିକି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।
ଆଉ ମାସକୁ ରୋଜଗାର କରୁଛନ୍ତି ପ୍ରାୟ ୫୦ ହଜାରରୁ ୬୦ ହଜାର ଟଙ୍କା । ମାସକୁ ୫୦ ଟଙ୍କା ଲେଖାଏଁ ସଂଚୟ କରି ଆରମ୍ଭ କରିଥିବା ଏହି ବ୍ୟବସାୟରେ ଆଜି ପ୍ରତ୍ୟେକ ମହିଳା ମାସକୁ ପ୍ରାୟ ୨ରୁ ଅଢେଇ ହଜାର ଟଙ୍କା ରୋଜଗାର କରୁଛନ୍ତି । ଏହି ଘରୋଇ ଉପକରଣ ପ୍ରସ୍ତୁତି । ପରେ ମହିଳାମାନେ ଡ଼ିଆଇସିରୁ ଟେରାକୋଟା ସାମଗ୍ରୀର ପ୍ରଶିକ୍ଷଣ ନେଇ ତିଆରି କଲେ ଟେରାକୋଟା ସାମଗ୍ରୀ । ମାଟି କୁମ୍ପି , ମାଟି ଶଙ୍ଖ ସହିତ ଭଳିକି ଭଳି ଠାକୁରଙ୍କ ମୂର୍ତି ତିଆରି କରି ସେଗୁଡିକୁ ସ୍ଥାନୀୟ ବଜାର , ବିଭିନ୍ନ ମେଳା ଓ ପଲିଶ୍ରୀ ମେଳାରେ ବିକ୍ରି କରି ଏବେ ବେଶ ପରିଚିତ ଏହି ମହିଳାମାନେ ।
ଏହି ମହିଳାମାନଙ୍କ ସଫଳତା ଦେଖି ‘ଓରମାସ ମିଶନ ଶକ୍ତି’ ସେମାନଙ୍କୁ ସହଯୋଗ ଯୋଗାଇଦେଇଥିଲେ । ପ୍ରଶିକ୍ଷଣ ନେବା ପରେ ଗ୍ରୁପର ସଦସ୍ୟା ମାଟିର ଚାହାକପ ଓ ଦୀପ ତିଆରି କରୁଛନ୍ତି ଯାହାର ସ୍ଥାନୀୟ ବଜାରରେ ବେଶ୍ ଚାହିଦା ରହିଛି । ୧୦୦ଟି ଚାହାକପକୁ ୧୫୦ରୁ ୨୦୦ ଟଙ୍କା ଏବଂ ୧୦୦ ଦୀପକୁ ୨୦୦ରୁ ୩୦୦ ଟଙ୍କାରେ ବିକ୍ରି କରୁଛନ୍ତି । ବିଭିନ୍ନ ରଙ୍ଗବେରଙ୍ଗର ସାମଗ୍ରୀ ତିଆରି କରୁଥିବାରୁ ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ଅର୍ଡ଼ର ଦିଅନ୍ତି ।
ଯଦି ସରକାରୀ ସ୍ତରରେ ପ୍ରଶିକ୍ଷଣ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାନ୍ତା ତାହେଲେ ଏହି ଗ୍ରୁପର ସଦସ୍ୟା ଅଧିକ ରୋଜଗାର କରିବା ସହ ଆହୁରି ଅଧିକ ସଂଖ୍ୟକ ମହିଳା ଏଥିରେ ସାମିଲ ହୋଇପାରନ୍ତେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/12/31-9.jpg)