ଟିକସ ହାର ଅପରିବର୍ତ୍ତିତ, ଆୟକର ୨୦୨୪-୨୫ ପାଇଁ ନୂଆ ଟାକ୍ସ ସ୍ଲାବ

Advertisment
ଟିକସ ହାର ଅପରିବର୍ତ୍ତିତ, ଆୟକର ୨୦୨୪-୨୫ ପାଇଁ ନୂଆ ଟାକ୍ସ ସ୍ଲାବ

କନକ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟରେ ଟିକସ ହାରରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଆମଦାନୀ ଶୁଳ୍କ ସମେତ ପ୍ରତ୍ୟକ୍ଷ ତଥା ପରୋକ୍ଷ ଟିକସ ହାର ଅପରିବର୍ତ୍ତିତ ରଖିଛନ୍ତି।

ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ତାଙ୍କ ମଧ୍ୟବର୍ତ୍ତୀ ବଜେଟରେ ଟିକସଦାତାଙ୍କୁ କିଛି ରିହାତି ପ୍ରଦାନ କରିଛନ୍ତି। ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି: ଅନେକ କ୍ଷୁଦ୍ର, ଯାଞ୍ଚ ହୋଇନଥିବା, କିମ୍ବା ବିବାଦୀୟ ପ୍ରତ୍ୟକ୍ଷ ଟିକସ ଦାବି ରହିଛି, ସେମାନଙ୍କ ମଧ୍ୟରୁ ଅନେକ ୧୯୬୨ ମସିହାରୁ ସରକାରୀ ହିସାବରେ ଗଡି ଚାଲୁଛି। ସଚ୍ଚୋଟ କରଦାତାମାନଙ୍କ ପାଇଁ ଏହା ଚିନ୍ତାର କାରଣ ଏବଂ ପରବର୍ତ୍ତୀ ବର୍ଷଗୁଡିକର ରିଟର୍ଣ୍ଣରେ ବାଧା ସୃଷ୍ଟି କରୁଛି । ୨୦୦୯-୧୦ ଆର୍ଥିକ ବର୍ଷ ପର୍ୟ୍ୟନ୍ତ ପଚିଶ ହଜାର ହଜାର ଟଙ୍କା (୨୫,୦୦୦) ପର୍ୟ୍ୟନ୍ତ ଏବଂ ୨୦୧୦-୧୧ ରୁ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ଦଶ ହଜାର ଟଙ୍କା (୧୦,୦୦୦) ପର୍ୟ୍ୟନ୍ତ ଏହିପରି ବକେୟା ପ୍ରତ୍ୟକ୍ଷ ଟିକସ ଦାବି ପ୍ରତ୍ୟାହାର କରିବାକୁ ମୁଁ ପ୍ରସ୍ତାବ ଦେଇଛି । ଏହା ପ୍ରାୟ ଏକ କୋଟି ଟିକସଦାତା ଲାଭବାନ ହେବ ବୋଲି ଆଶା କରାଯାଉଛି ବୋଲି ସୀତରାମଣ କହିଛନ୍ତି।

ଗତ ବଜେଟରେ ନିର୍ମଳା ସୀତାରମଣ ମଧ୍ୟବିତ୍ତଙ୍କ ପାଇଁ ବ୍ୟକ୍ତିଗତ ଆୟକର ଉପରେ ପାଞ୍ଚଟି ପ୍ରମୁଖ ଘୋଷଣା କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ନୂତନ ଟିକସ ବ୍ୟବସ୍ଥା ଲାଗୁଥିବା ବେଳେ ଟିକସଦାତାମାନେ ପୁରୁଣା ବ୍ୟବସ୍ଥାକୁ ମଧ୍ୟ ଚୟନ କରିପାରିବେ। ଅନ୍ତରୀଣ ବଜେଟ୍ରେ ସୀତାରମଣ ନୂତନ ଟିକସ ବ୍ୟବସ୍ଥାରେ ରିହାତି ସୀମାକୁ ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୀତାରମଣ ପ୍ରସ୍ତାବ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତି ନୂତନ ଟିକସ ବ୍ୟବସ୍ଥା ପାଇଁ ଚୟନ କରିଛନ୍ତି, ତେବେ ତାଙ୍କୁ ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଟିକସ ଦେବାକୁ ପଡିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe