ଘରୁ ମିଳିଲା ୬ ହଜାର ଶାଢୀ, ୯ ହଜାର ସ୍କୁଲ ବ୍ୟାଗ… କର୍ଣ୍ଣାଟକ ବିଜେପି ଏମଏଲସିଙ୍କ ଘରୁ ମିଳିଲା ସାମଗ୍ରୀର ଭଣ୍ଡାର

207

କନକ ବ୍ୟୁରୋ: କର୍ଣ୍ଣାଟକରେ ବିଜେପିର ନେତା ଆର ଶଙ୍କରଙ୍କ ଘରେ କମର୍ସିଆଲ ଟାକ୍ସ ଅଧିକାରୀ ରେଡ୍ କରିଛନ୍ତି । ରେଡ ବେଳେ ଏହି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ଏମଏଲସି ଥିବା ଆର ଶଙ୍କରଙ୍କ ଘରୁ ବିପୁଳ ଶାଢୀ ଏବଂ ଅନ୍ୟାନ ସାମଗ୍ରୀ ଜବତ କରାଯାଇଛି । ଆର ଶଙ୍କର ତଥାକଥିକ ଭାବେ ନିର୍ବାଚନ ସମୟରେ ମତଦାତାଙ୍କୁ ଏହି ସାମଗ୍ରୀ ବାଣ୍ଟିବା ପାଇଁ ରଖିଥିବା ଅଭିଯୋଗ ହୋଇଥିଲା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କମର୍ସିଆଲ ଟାକ୍ସ ଅଧିକାରୀ ମଙ୍ଗଳବାର ବିଳମ୍ବିତ ରାତିରେ ଆର ଶଙ୍କରଙ୍କ ହୈବେରୀ ଜିଲ୍ଲାର ରାଣେବେତ୍ରୁର ଘରେ ଛାପା ମାରିଥିଲା । ଏହି ସମୟରେ ଟିମର ସଦସ୍ୟ ତାଙ୍କ ଘରୁ ୬ ହଜାର ଶାଢୀ, ୯ ହଜାର କଲେଜ ଏବଂ ସ୍କୁଲ ବ୍ୟାଗ, ଘରେ ବ୍ୟବହାର ହେଉଥିବା ପ୍ଲେଟ ଜବତ କରିଛି । ଆନୁମାନିକ ଭାବେ ଏହି ସାମଗ୍ରୀର ଦାମ ୨୦ରୁ ୩୦ ଲକ୍ଷ ଟଙ୍କା କୁହାଯାଉଛି । ଏମଏଲସିଙ୍କ ଘରେ ପାଖାପାଖି ୭ ଘଣ୍ଟା ରେଡ ଜାରି ରହିଥିଲା । ଜବତ ହୋଇଥିବା ସମସ୍ତ ସାମଗ୍ରୀ ପୁଲିସକୁ ପ୍ରଦାନ କରାଯାଇଛି । ଏ ସମସ୍ତ ସାମଗ୍ରୀ କ୍ରୟ ଉପରେ ଜିଏସଟିର ବିଲ ମଧ୍ୟ ମାଗିଛନ୍ତି ଅଧିକାରୀ । ଆର ଶଙ୍କର ଏ ବାବଦରେ ବିଲ ପ୍ରଦାନ ପାଇଁ ତିନି ଦିନର ସମୟ ମଧ୍ୟ ମାଗିଛନ୍ତି ।