କନକ ବ୍ୟୁରୋ: ଓଡିଶାରେ ରାଜ୍ୟସଭା ପ୍ରାର୍ଥୀ ଘୋଷଣାକୁ ନେଇ ବ୍ୟଙ୍ଗ କରି ଟ୍ୱିଟ୍ କରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ । ଟ୍ୱିଟରରେ ନିଜ ପୋଷା କୁକୁର ‘ଗୁଲୁ’ର ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋ ସହ ଟ୍ୱିଟ ପୋଷ୍ଟରେ ତଥାଗତ ଲେଖିଛନ୍ତି ରାଜ୍ୟସଭା ପାଇଁ ସେ ‘ଗୁଲୁ’କୁ ସମର୍ଥନ କରୁଛନ୍ତି । ଏହାପର ବାକ୍ୟରେ ଲେଖିଛନ୍ତି, ବିଶ୍ୱାସ କରନ୍ତୁ, ଗୁଲୁ ଦେଶର ଯେକୌଣସି ଦଳର ପ୍ରାର୍ଥୀଙ୍କଠାରୁ ଖୁବ୍ ବିଶ୍ୱସ୍ତ । ସମସ୍ତେ ସ୍ୱାଗତ କରିବା ସହ ତାକୁ ଭେଟିବାକୁ ଆସନ୍ତୁ । ସେ ସମସ୍ତଙ୍କ ନିଦ ହଜାଇଦେବ ।

Advertisment

ତେବେ ଓଡିଶାରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ବିଜେଡି ଘୋଷଣା କରିବା ପରେ ତଥାଗତ ଶତପଥୀ କରିଥିବା ଏହି ବ୍ୟଙ୍ଗ ଟ୍ୱିଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେପଟେ ତଥାଗତଙ୍କ ଏହି ଟ୍ୱିଟର ମଜାଳିଆ ଉତର ମଧ୍ୟ ଦେଖିବାକୁ ମିଳିଛି ।