କୃଷି ଓ କୃଷକଙ୍କ କଥା ଉଠାଇ ନିଜ ପୋଷ୍ଟରେ ଗୋଲ କଲେ କି ତଥାଗତ ? ଟୁଇଟ୍ କରି କହିଲେ, ଚାଷୀଙ୍କ ଅଣଦେଖା କରୁଛନ୍ତି ସରକାର

Advertisment
କୃଷି ଓ କୃଷକଙ୍କ କଥା ଉଠାଇ ନିଜ ପୋଷ୍ଟରେ ଗୋଲ କଲେ କି ତଥାଗତ ? ଟୁଇଟ୍ କରି କହିଲେ, ଚାଷୀଙ୍କ ଅଣଦେଖା କରୁଛନ୍ତି ସରକାର

କନକ ବ୍ୟୁରୋ: ଚାଷୀଙ୍କୁ ନେଇ ସାଂସଦଙ୍କ ଦରଦ, ହେଲେ ବିଭାଗୀୟ ମନ୍ତ୍ରୀଙ୍କ ପୀଡ଼ା । କୃଷକଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରୁଥିବା ନେଇ ଟୁଇଟ୍ କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ । ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ । ଯେଉଁଥି ପାଇଁ ଚାଷୀଙ୍କ ଅବସ୍ଥା ସୁଧୁରି ପାରୁନାହିଁ ବୋଲି ତଥାଗତ ପ୍ରଶ୍ନ ଉଠାଇଛନ୍ତି । ଯାହାକୁ କଡ଼ା ସାମଲୋଚନା କରିଛନ୍ତି କୃଷି ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ । ଆଉ ଏସବୁ ଭିତରେ ତଥାଗତଙ୍କ ଏହି ଟୁଇଟ୍ ପଛର ଉଦ୍ଦେଶ୍ୟ କ’ଣ ତାହା ହିଁ ବଡ ପ୍ରଶ୍ନ ।

publive-imageଖାଲି ସେତିକି ନୁହେଁ ଓଡ଼ିଶା କାହିଁକି ଗରିବ, ତାହା ଉପସ୍ଥାପନା କରିବାକୁ ଯାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ତଥାଗତ । ଆମ କର୍ମ ସଂସ୍କୃତି, ଶିଳ୍ପ ଆଧାରିତ ନୁହେଁ, ତେଣୁ ଆମ ବ୍ୟବସ୍ଥା ଚାଷୀଙ୍କୁ ଉଧେଇବା ପାଇଁ ସୁଯୋଗ ସୃଷ୍ଟି କରିବା ଉଚିତ ନୁହେଁ କି ବୋଲି ସାଂସଦ ପ୍ରଶ୍ନ କରିଛନ୍ତି । ତେବେ ତଥାଗତଙ୍କର ଏଭଳି ଟୁଇଟର ଦୁଇଟି କାରଣ ଥାଇପାରେ । ଗୋଟିଏ ହେଉଛି, ସାଂସଦ ତଥାଗତ ସତପଥୀ, ପ୍ରକୃତରେ ରାଜ୍ୟର ଏକ ଅସଲ ପ୍ରସଙ୍ଗ ଉଠାଇବାକୁ ଚାହୁଁଛନ୍ତି । ଆଉ ଗୋଟିଏ ହେଉଛି, ଏଭଳି ଏକ ପ୍ରସଙ୍ଗ ଉଠାଇ, ନବୀନ ସରକାରଙ୍କୁ କାଠଗଡ଼ାରେ ଠିଆ କରିବାକୁ ଚାହୁଁଛନ୍ତି ।

publive-imageକେବଳ ତଥାଗତ କାହିଁକି, କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ ପୁରୀ ସାଂସଦ ପିନାକୀ ମିଶ୍ର, ଅନେକ ସମୟରେ ନିଜ ପୋଷ୍ଟରେ ଗୋଲ ଦେଲା ଭଳି ଯୁକ୍ତି ସବୁ ରଖି, ନବୀନ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି । ଆଉ ଏସବୁ ଭିତରେ କିନ୍ତୁ ନିଜ ଦଳରୁ ତଥାଗତଙ୍କୁ ଶୁଣିବାକୁ ପଡ଼ିଛି କଡା ସମାଲୋଚନା । ଚାଷୀଙ୍କ ସଂପର୍କରେ ତଥାଗତ କରିଥିବା ଏହି ଟୁଇଟ୍ ନେଇ ପ୍ରତିକ୍ରିୟା ରଖି କଟାକ୍ଷ କରିଛନ୍ତି କୃଷିମନ୍ତ୍ରୀ ଡ. ଦାମୋଦର ରାଉତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe