ସାଂସଦ ତଥାଗତ ଶତପଥୀଙ୍କ ଘରେ ରୁଦ୍ଧଦ୍ୱାର ବୈଠକ

28

ସାଂସଦ ତଥାଗତ ଶତପଥୀଙ୍କ ଘରେ ରୁଦ୍ଧଦ୍ୱାର ବୈଠକ । ଏହି ବୈଠକରେ ଉପସ୍ଥିତ ଥିଲେ ମନ୍ତ୍ରୀ, ବିଧାୟକ, ସାଂସଦ ସମେତ ମେୟର । ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାସଂଦ ପ୍ରତୁ୍ୟଷା ରାଜେଶ୍ୱରୀ, ବିଧାୟକ ଦେବାଶିଷ ନାୟକ, ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ବିଧାୟକ ପ୍ରତାପ ଜେନା ଓ ମେୟର ଅନନ୍ତ ନାରାୟଣ ଜେନା  ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି ପ୍ରସଙ୍ଗର ମୂଷିକ ଉପାଖ୍ୟାନ ଦେଇ ଚର୍ଚ୍ଚାକୁ ଆସିଥିବା ସାଂସଦଙ୍କ ଘରେ ବୈଠକକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ତେବେ ବିଜୁ ଶତବାର୍ଷିକୀ କମିଟିର ବୈଠକ ଚାଲିଥିବା ନେଇ ସୂଚନା ଦେଇଛନ୍ତି ସାଂସଦ ତଥାଗତ ଶତପଥୀ ଓ ବିଜେଡି ମୁଖପାତ୍ର ପ୍ରତାପ ଜେନା ।