କୁହୁଳୁଛି ସଂଜୟ-ତଥାଗତ ବିବାଦ

Advertisment
କୁହୁଳୁଛି ସଂଜୟ-ତଥାଗତ ବିବାଦ

ବିଜେଡି ବିଜୁ ଶତବାର୍ଷିକୀ ସମନ୍ୱୟ କମିଟି ବୈଠକରେ ଯୋଗ ଦେଲେନି ମନ୍ତ୍ରୀ ସଂଜୟ ଦାସବର୍ମା । କମିଟି ଆବାହକ ତଥା ସାଂସଦ ତଥାଗତ ଶତପଥିଙ୍କ ଘରେ ଚାଲିଥିବା ବୈଠକରେ ସେହି କମିଟିର ସଦସ୍ୟ ସଂଜୟ ଯୋଗ ନ ଦେବା ଘଟଣା ଏବେ ବିବାଦୀୟ ମୋଡ ନେଇଛି । ଚର୍ଚ୍ଚା ହେଉଛି, ପାଜେରୋ ପ୍ରସଙ୍ଗରେ ଛନ୍ଦି ହୋଇଥିବା ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ନେଇ ତଥାଗତଙ୍କ ମୂଷା ଉପାଖ୍ୟାନ ଏହାର କାରଣ । କିଛି ଦିନ ତଳେ ପାଜୋରୋ ଲିଙ୍କରେ ସିବିଆଇ ସ୍କାନରରେ ଥିବା ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ନେଇ ମୂଷା ଉପାଖ୍ୟାନ ଦେଇଥିଲେ ତଥାଗତ । ଏଥିରୁ ଉପୁଜିଥିବା ବିବାଦ ଯୋଗୁ ତଥାଗତଙ୍କ ଘରକୁ ସଂଜୟ ଗଲେ ନାହିଁ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe