କନକ ବ୍ୟୁରୋ: ଢେଙ୍କାନାଳ କଂଟାବଣିଆରେ ଥିବା ଟାଟାଷ୍ଟିଲରେ ଅଘଟଣ । ଷ୍ଟିମ୍ ପାଇପ ଫାଟି ୧୯ ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି । ଷ୍ଟିମ ପାଇପ ଫାଟି ଏଥିରୁ ବାହାରୁଥିବା ଗରମ ପାଣିରେ ପୋଡି ହୋଇ ଶ୍ରମିକ ମାନେ ଗୁରୁତର ହୋଇପଡିଛନ୍ତି । ସମସ୍ତ ଗୁରୁତରଙ୍କୁ କଟକରେ ଥିବା ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୭ଜଣ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।