୬୯ ବର୍ଷ ପରେ ଟାଟା ହାତକୁ ଫେରିଲା ମହାରାଜା: ଏଣିକି ଏୟାର ଇଣ୍ଡିଆର ଦାୟିତ୍ୱ ନେବ ଟାଟା ସନ୍ସ

Advertisment
୬୯ ବର୍ଷ ପରେ ଟାଟା ହାତକୁ ଫେରିଲା ମହାରାଜା: ଏଣିକି ଏୟାର ଇଣ୍ଡିଆର ଦାୟିତ୍ୱ ନେବ ଟାଟା ସନ୍ସ

କନକ ବ୍ୟୁରୋ: ପ୍ରାୟ ୬୯ ବର୍ଷ ପରେ ଟାଟା ହାତକୁ ଫେରିଛି ମହାରାଜା । ୨୦୨୨ ମସିହା ଜାନୁଆରୀ ୨୭ ତରିଖରେ ଏୟାର ଇଣ୍ଡିଆର ସମସ୍ତ ଦାୟିତ୍ୱ ଟାଟା ସନ୍ସ ହାତକୁ ପ୍ରଦାନ କରାଯାଇଛି । ବିଦ୍ଧିବଦ୍ଧ ଭାବରେ ରହିଥିବା ଦସ୍ତାବିଜ ହସ୍ତାନ୍ତର ସହ କାର୍ଯ୍ୟଭାର ପାଇଛି ଟାଟା । ଏତେ ସବୁ ପରେ ବି ବର୍ତମାନ ଗୁରୁବାର ଠାରୁ ଉଡାଣ ଭରିବାକୁ ଥିବା ଟାଟା ସନ୍ସ ଏୟାରଲାଇନ୍ସର ସମସ୍ତ ବିମାନରେ କିନ୍ତୁ ଦେଖିବାକୁ ମିଳିବ ନାହିଁ ଟାଟାର ଲୋଗୋ । ୨୦୨୧ ମସିହା ଅକ୍ଟୋବର ୮ ତାରିଖରେ ଭାରତ ସରକାର ଏୟାରଇଣ୍ଡିଆ ବିମାନ ସେବାକୁ ୧୮ ହଜାର କୋଟିରେ ବିକ୍ରି କରିଥିଲେ । ଏହି ମାଲିକାନା ବିକ୍ରି ପରେ ଟାଟା ଏାୟାରଇଣ୍ଡିଆରେ କେତେ ମାତ୍ରାରେ , କେଉଁ କେଉଁ ପରିବର୍ତନ ଆଣିବ ତାହା ଉପରେ ନଜର ରହିଛି ।

- ୨୦୨୧ ଅକ୍ଟୋବର ୮ ତାରିଖରେ ଏୟାରଇଣ୍ଡିଆ କିଣିବାକୁ ଦେଖାଇଲା ଟାଟାଗ୍ରୁପସ
- ଟାଟା ଗ୍ରୁପର ସବସିଡିଆରୀ କମ୍ପାନୀ ଟେଲେସ ପ୍ରାଇଭେଟ୍ ଲିମିଟେଡ୍ ୧୮ ହଜାର କୋଟି ଟଙ୍କାରେ ଏୟାରଇଣ୍ଡିଆକୁ ନିଲାମ ନେବାକୁ ସହମତ ହୋଇଥିଲା
- ସ୍ପାଇସ୍ ଜେଟ୍ ମାଲିକ ଅଜୟ ସିଂ ୧୫ ହଜାର ୧୦୦ କୋଟିରେ ନିଲାମ ଧରି ପଛରେ ପଡିଗଲେ
ମାଲିକାନା ବଦଳିବା ପରେ ଏୟାରଇଣ୍ଡିରେ କଣ ହେବ ପରିବର୍ତନ

ଏୟାରଇଣ୍ଡିଆକୁ ପୂର୍ଣ୍ଣ ଭାବରେ ହସ୍ତାନ୍ତର ହେବା ପରେ ଟାଟା ଗ୍ରୁପ୍ କିପରି ଏହାକୁ ପୁଣି ଲୋକପ୍ରିୟତାକୁ ଫେରାଇ ଅଣାଯାଇପାରିବ ତାହାକୁ ନେଇ ରୂପରେଖ ତିଆରି କରିଛି ।

- ସମୟାନୁବର୍ତି ଉପରେ ଟାଟା ଗ୍ରୁପର ଗୁରୁତ୍ୱ
- ଏୟାରଇଣ୍ଡିଆ ଦେହରେ ସମୟାନୁବର୍ତିତା ନହେବାର ଦାଗ ଲାଗିଛି । ଏହାକୁ ପୋଛିବାକୁ ପ୍ରଥମେ ଉଦ୍ୟମ କରିଛି ଟାଟା ଗ୍ରୁପ୍
- ନିର୍ଧାରିତ ସମୟରେ ଏୟାରଇଣ୍ଡିଆ ଉଡାଣ ଉପରେ ପୁରା ଫୋକସ
- ବିମାନ ଉଡାଣ ସମୟର ୧୦ ମିନିଟ୍ ଆଗରୁ ଫାଟକ ବନ୍ଦ ପାଇଁ ଯୋଜନା
- ବିମାନରେ ସମସ୍ତ ଯାତ୍ରୀଙ୍କୁ ଅତିଥୀ ଭାବରେ ବ୍ୟବହାର କରାଯିବ
- ଟାଟା ଚେୟାରମ୍ୟାନ ରତନ ଟାଟାଙ୍କ ରେକର୍ଡ ବାର୍ତାକୁ ମଧ୍ୟ ଯାତ୍ରୀଙ୍କୁ ଶୁଣାଯିବ
- ଏୟାରଇଣ୍ଡିଆରେ ଦିଆ ଯାଉଥିବା ଖାଦ୍ୟ ଗୁଡିକର ମାନ ଉପରେ ଦିଆଯିବ ଧ୍ୟାନ
- ବିମାନ ଉଡାଣ ଆଗରୁ କ୍ରିଉ ମେଂବରଙ୍କ କରାଯିବ ବିଏମଆଇ ଚେକିଂ
- ଏହି ନିଷ୍ପତିକୁ ବିମାନ ପାଇଲଟ ସଂଘ ବିରୋଧ କରିଛି

ଜାନୁଆରୀ ୨୭ ତାରିଖ ୨୦୨୨ରେ ଏୟାରଇଣ୍ଡିଆକୁ ପୂର୍ଣ୍ଣ ଭାବରେ ଟାଟା ଗ୍ରୁପ ହାତକୁ ହସ୍ତାନ୍ତର କରାଯାଇଛି । ଏହା ସହିତ ବୋଇଂ ୭୪୭ ର ୪ଟି ବିମାନକୁ ମଧ୍ୟ ଟାଟା ଗ୍ରୁପକୁ ହସ୍ତାନ୍ତର କରାଯାଇଛି । ଆସନ୍ତା ୭ ଦିନ ଟାଟା ଗ୍ରୁପ ପାଇଁ ହେବ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏୟାରଇଣ୍ଡିଆ ଟାଟାକୁ ହସ୍ତାନ୍ତର କରାଯିବା ପରେ ଟାଟା ଗ୍ରୁପ୍ ପ୍ରାଥମିକ ଭାବରେ ଯାତ୍ରୀଙ୍କ ଭରସା ଜିତିବାକୁ ଉଦ୍ୟମ କରିଛି । ଏହା ହିଁ ଗୋଟିଏ ବାଟ, ଯାହା ବଳରେ ଏୟାରଇଣ୍ଡିଆକୁ ଏହାର ପୂରୁଣା ଗୌରବ ଫେରି ପାଇବ । ସେଥିପାଇଁ ବିଶେଷ କରି ଏୟାରଇଣ୍ଡିଆ ମୁଣ୍ଡରେ ଥିବା ଦାଗ ଗୁଡିକୁ ଲିଭାଇବାକୁ ଆରମ୍ଭରୁ ଉଦ୍ୟମ କରାଯାଉଛି ।

ଯାତ୍ରୀଙ୍କୁ ଗ୍ରାହକ ନୁହଁ ବରଂ ଅତିଥୀ ଭାବରେ ସେବା ଯୋଗାଇବାକୁ ଆରମ୍ଭରୁ ରୋକଠୋକ୍ ନୀତି ସ୍ପଷ୍ଟ କରିଛି ଟାଟା ଗ୍ରୁପ୍ । ଏୟାରଇଣ୍ଡିଆ କର୍ମଚାରୀଙ୍କୁ ସ୍ମାର୍ଟ ହେବାକୁ କୁହାଯାଇଛି । ସ୍ମାର୍ଟ ପୋଷାକ ପିନ୍ଧିବେ କ୍ରିଉ ମେଂବର । ଯାତ୍ରୀଙ୍କ ପ୍ରତି ଅତିଥୀ ପରି ସଂବୋଧନ ପରି ବ୍ୟବହାର ହେବ । ଉଡାଣର ୧୦ ମିନିଟ୍ ଆଗରୁ ବିମାନର ଫାଟକ ବନ୍ଦ ପାଇଁ ଯୋଜନା କରାଯାଇଛି । ଏୟାରଇଣ୍ଡିଆରେ ଦିଆଯାଉଥିବା ଖାଦ୍ୟର ମାନ ବୃଦ୍ଧି ହେବ । ଏପରି କିଛି ପ୍ରାରମ୍ଭିକ ପରିବର୍ତନ ବଳରେ ଟାଟା ଗ୍ରୁପ୍ ମହାରାଜାର ହଜି ଯାଇଥିବା ଗୌରବକୁ ଫେରାଇ ଆଣିବାକୁ ଉଦ୍ୟମ କରିଛି ।

ଟାଟା ଗ୍ରୁପ୍ ହାତକୁ ଏୟାରଇଣ୍ଡିଆକୁ ହସ୍ତାନ୍ତର କରାଯିବା ସହିତ ଏହାର ନୂଆ ପରିଚାଳନା ବୋର୍ଡ ମଧ୍ୟ ଗଠନ ହୋଇଛି । ଏହି ବୋର୍ଡର ମୁଖ୍ୟ ପରିଚାଳନା ଅଧିକାରୀ ରହିଛନ୍ତି ଶ୍ରୀ ଏନ୍ ଚନ୍ଦ୍ରଶେଖରନ୍ । ଜାନୁଆରୀ ୨୭ ତାରିଖ ଗୁରୁବାର ଅପରାହ୍ନରେ ଏନ୍ ଚନ୍ଦ୍ରଶେଖରନ୍ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଏହାକୁ ନେଇ ଫଟୋ ଟୁଇଟ୍ କରିଛି ପିଏମଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe