ଟାଟା ପାୱାରର ଦୌରାତ୍ମ୍ୟ : ବିଲ୍ ଆଦାୟ ନାଁରେ ଦେଖାଉଛନ୍ତି ଦାଦାଗିରି; ବିଲ୍ ଦେବା ସତ୍ତ୍ୱେ ବିଜୁଳି କାଟୁଛନ୍ତି କର୍ମଚାରୀ

276

କନକ ବ୍ୟୁରୋ : ଦିନକୁ ଦିନ ଅସହ୍ୟ ହେଉଛି ଟାଟା ପାୱାର କମ୍ପାନୀର ଦୌରାତ୍ମ୍ୟ । ବିଦ୍ୟୁତ ବିଲ୍ ଆଦାୟ ନାଁ ର ଅମାନବୀୟ କାଣ୍ଡ ଘଟାଉଛନ୍ତି ଟାଟା କମ୍ପାନୀର କର୍ମଚାରୀମାନେ । ଏ ଚିତ୍ର ଆସିଛି ମାଲକାନଗିରି ଜିଲ୍ଲାରୁ । ଜିଲ୍ଲାର ଏମଭି ୪୧ ଗାଁର ଦିପକ ଦେଙ୍କ ଘରେ ଶଯ୍ୟାସାୟୀ ବୁଢି ମାଁ ଶ୍ୱାସ ରୋଗରେ ପୀଡିତ ।

ବଂଚିବା ପାଇଁ ଘଣ୍ଟା ଘଣ୍ଟା ନେବୁଲାଇଜର ସହ କୁଲର ଓ ଫ୍ୟାନର ଅବଶ୍ୟକତା ରହିଛି । ଟାଟା କମ୍ପାନୀର କର୍ମଚାରୀ ମାନେ ଅନ୍ଧାର ରାତିରେ ଆସି ବିଦ୍ୟୁତ କାଟି ଦେଲେ । ଆଉ ବିଦ୍ୟୁତ କାଟିବା ସମୟରେ ଟ୍ରାନ୍ସଫର୍ମର ନିକଟରେ ଥିବା ମକା ବାଡକୁ ନଷ୍ଟ କରି ଦେଲେ ବିଦ୍ୟୁତ କର୍ମଚାରୀ । ଆଉ ପଚାରି ବାରୁ ଟାଟା କମ୍ପାନୀର କର୍ମଚାରୀ ମାନେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି ।

ଦିପକ ଦେ ଙ୍କ ସ୍ତ୍ରୀ ନାଁ ରେ ବିଦ୍ୟୁତ ସଂଯୋଗ ରହିଛି । ଗତ ୧୬ ତାରିଖ ଦିନ ୬୪୩ ଟଙ୍କା ବିଲ ପ୍ରଦାନ କରାଯାଇଥିବା ବେଳେ ସାଙ୍ଗେ ସାଙ୍ଗେ ୭୦୦ ଟଙ୍କା ପୈଠ କରିଥିଲେ ସ୍ୱାମୀ ଦିପକ । ସେହିପରି ଉଠା ଜଳସେଚନ ବାବାଦକୁ ୨୧ ହଜାର ୩୯୨ ଟଙ୍କା ବିଲ ପ୍ରଦାନ କରାଯାଇଥିବା ବେଳେ ଗତ ୯ ସେପ୍ଟେମ୍ବରରେ ୭ ହଜାର ଟଙ୍କା ପୈଠ ହୋଇଥିଲା । ତେବେ କାହିଁକି ଘରର ବିଦ୍ୟୁତ ସଂଯୋଗ କାଟି ଦିଆ ଗଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।