କନକ ବ୍ୟୁରୋ: ଆକାଶ ପାଠକଙ୍କୁ ନେଇ ଟାଟା ମୋଟର୍ସର ସ୍ପଷ୍ଟିକରଣ । କହିଲେ ଆକାଶ କେବେକି ଆମର କର୍ମଚାରୀ ନଥିଲେ ।ସ୍କାଇ କିଙ୍ଗ ସଂସ୍ଥା ସହ ଆମର କୌଣସି କାରବାର ନାହିଁ । ସ୍କାଏ କିଙ୍ଗ ଭାଉଚର ଉପରେ କେବେବି ଆମେ ଜିଏସଟି ଫେରସ୍ତ ଦାବି କରିନୁ ବୋଲି କହିଛନ୍ତି ଟାଟା ମୋଟର୍ସ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି ।
ଏହାସହ ଟାଟାରେ ଆକାଶ ପାଠକ ଚାକିରି କରିନଥିବା ଜଣାପଡିଛି । ଭିଜିଲାନ୍ସ ଏସ୍ଆଇଟି ଟିମର ଘନଘନ ଜେରା ବେଳେ ଅନେକ ତଥ୍ୟ ସାମନାକୁ ଆସିଛି । ଗିରଫ ପୂର୍ବରୁ ନଭେମ୍ବର ମାସରେ ବାପା, ପୁଅ ମିଳିତ ଭାବେ ଭୁବନେଶ୍ୱରରେ ଟଙ୍କା ଡିପୋଜିଟ କରିଥିଲେ । ଥରେ ୫୦ ଲକ୍ଷ ଓ ଆଉ ଥରେ ୩୫ ଲକ୍ଷ ଏଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କର ଡିପୋଜିଟ କରିଛନ୍ତି । ସବୁ ଟଙ୍କା ଆକାଶ ପାଠକଙ୍କ ଆକାଉଂଟକୁ ଯାଇଛି । ଏହାସହ ଝିଅ ବାହାଘର ପାଇଁ ୬୦ ଳକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ମାନିଛନ୍ତି । ଝିଅକୁ ପାଠ ପଢେଇବାକୁ ୯୦ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ପୁଅ ପାଠପଢା ପାଇଁ ୨୦ ଲକ୍ଷ ଖର୍ଚ୍ଚ ହୋଇଛି । ପୁଅ ବାହାଘର ପାଇଁ ୧୦ କୋଟିର ବଜେଟ ଥିଲା ବୋଲି ଅଭୟକାନ୍ତ ପାଠକ ଜେରା ବେଳେ କହିଛନ୍ତି । ଅଭୟ ଯେଉଁ ଦାୟିତ୍ୱରେ ଥିଲେ, ସେଠାରେ କଣ ଦୁର୍ନୀତି କରିଛନ୍ତି ସେ ନେଇ ଖୋଳତାଡ଼ ଚାଲିଛି । ଗତ ୩ ବର୍ଷ ଭିତରେ ବନିକରଣରେ ୬୦୦ କୋଟି ଖର୍ଚ୍ଚ ହୋଇଛି । ସେଥିରେ ହୋଇଥିବା ଘୋଟାଲା ବାବଦରେ ମଧ୍ୟ ଛାନଭିନ କରାଯାଉଛି । ୩ ଦିନିଆ ରିମାଣ୍ଡରେ ଆଣି ଉଭୟ ବାପା-ପୁଅଙ୍କୁ ଗୁଡାଇତୁଡାଇ ପ୍ରଶ୍ନ କରିଛି ଭିଜିଳାନ୍ସ । ଆଜି ରିମାଣ୍ଡ ଅବଧି ସରିବା ପରେ ଉଭୟଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।
Follow Us