ହାତ ଟେକିଦେଲା ଟାଟା । ଆକାଶ ପାଠକକୁ ନେଇ ଟାଟା ମୋଟର୍ସର ସ୍ପଷ୍ଟୀକରଣ । ଆକାଶ କେବେବି ଆମ କର୍ମଚାରୀ ନଥିଲେ କିମ୍ବା ସ୍କାଏ କିଙ୍ଗ୍ ସହ କିଛି କାରବାର ନାହିଁ ।

342

କନକ ବ୍ୟୁରୋ: ଆକାଶ ପାଠକଙ୍କୁ ନେଇ ଟାଟା ମୋଟର୍ସର ସ୍ପଷ୍ଟିକରଣ । କହିଲେ ଆକାଶ କେବେକି ଆମର କର୍ମଚାରୀ ନଥିଲେ ।ସ୍କାଇ କିଙ୍ଗ ସଂସ୍ଥା ସହ ଆମର କୌଣସି କାରବାର ନାହିଁ । ସ୍କାଏ କିଙ୍ଗ ଭାଉଚର ଉପରେ କେବେବି ଆମେ ଜିଏସଟି ଫେରସ୍ତ ଦାବି କରିନୁ ବୋଲି କହିଛନ୍ତି ଟାଟା ମୋଟର୍ସ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି ।

ଅନ୍ୟପଟେ ଅଭୟକାନ୍ତ ପାଠକ ଆଜି କହିଛନ୍ତି ଯେ, ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ତାଙ୍କୁ ଫସାଇଦିଆଯାଇଛି । ତାଙ୍କ ପୁଅ ଆକାଶ ପାଠକ ଚାକିରି କରୁଛନ୍ତି । ସବୁର ପ୍ରମାଣ ଅଛି ବୋଲି ସେ କହିଛନ୍ତି । ସେପଟେ ଆଜି ରିମାଣ୍ଡ ଅବଧି ସରିବା ପରେ ଜେଲ ଗଲେ ପାଠକ ବାପା-ପୁଅ । ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଝାରପଡା ଜେଲକୁ ପଠାଇ ଦେଇଛନ୍ତି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ । ତେବେ ଆଉ ପାଠକ ବାପା-ପୁଅଙ୍କୁ ରିମାଣ୍ଡରେ ନେବାର ଆବଶ୍ୟକତା ନଥିବା କହିଛନ୍ତି ଭିଜିଲାନ୍ସ ତଦନ୍ତକାରୀ ଅଧିକାରୀ ହରିଶଙ୍କର ପତି । ଠକେଇ ଓ ଆର୍ଥିକ କାରବାର ବାବଦରେ ଯାହା ତଥ୍ୟ ଆବଶ୍ୟକ ଥିଲା ତାହା ରିମାଣ୍ଡ ଅବଧି ସମୟରେ ମିଳିଛି । ଏହି ଘଟଣାରେ କୌଣସି ଷଡଯନ୍ତ୍ର ହୋଇ ନଥିବା ତଦନ୍ତକାରୀ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ଏହାସହ ଟାଟାରେ ଆକାଶ ପାଠକ ଚାକିରି କରିନଥିବା ଜଣାପଡିଛି । ଭିଜିଲାନ୍ସ ଏସ୍ଆଇଟି ଟିମର ଘନଘନ ଜେରା ବେଳେ ଅନେକ ତଥ୍ୟ ସାମନାକୁ ଆସିଛି । ଗିରଫ ପୂର୍ବରୁ ନଭେମ୍ବର ମାସରେ ବାପା, ପୁଅ ମିଳିତ ଭାବେ ଭୁବନେଶ୍ୱରରେ ଟଙ୍କା ଡିପୋଜିଟ କରିଥିଲେ । ଥରେ ୫୦ ଲକ୍ଷ ଓ ଆଉ ଥରେ ୩୫ ଲକ୍ଷ ଏଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କର ଡିପୋଜିଟ କରିଛନ୍ତି । ସବୁ ଟଙ୍କା ଆକାଶ ପାଠକଙ୍କ ଆକାଉଂଟକୁ ଯାଇଛି । ଏହାସହ ଝିଅ ବାହାଘର ପାଇଁ ୬୦ ଳକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ମାନିଛନ୍ତି । ଝିଅକୁ ପାଠ ପଢେଇବାକୁ ୯୦ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ପୁଅ ପାଠପଢା ପାଇଁ ୨୦ ଲକ୍ଷ ଖର୍ଚ୍ଚ ହୋଇଛି । ପୁଅ ବାହାଘର ପାଇଁ ୧୦ କୋଟିର ବଜେଟ ଥିଲା ବୋଲି ଅଭୟକାନ୍ତ ପାଠକ ଜେରା ବେଳେ କହିଛନ୍ତି । ଅଭୟ ଯେଉଁ ଦାୟିତ୍ୱରେ ଥିଲେ, ସେଠାରେ କଣ ଦୁର୍ନୀତି କରିଛନ୍ତି ସେ ନେଇ ଖୋଳତାଡ଼ ଚାଲିଛି । ଗତ ୩ ବର୍ଷ ଭିତରେ ବନିକରଣରେ ୬୦୦ କୋଟି ଖର୍ଚ୍ଚ ହୋଇଛି । ସେଥିରେ ହୋଇଥିବା ଘୋଟାଲା ବାବଦରେ ମଧ୍ୟ ଛାନଭିନ କରାଯାଉଛି । ୩ ଦିନିଆ ରିମାଣ୍ଡରେ ଆଣି ଉଭୟ ବାପା-ପୁଅଙ୍କୁ ଗୁଡାଇତୁଡାଇ ପ୍ରଶ୍ନ କରିଛି ଭିଜିଳାନ୍ସ । ଆଜି ରିମାଣ୍ଡ ଅବଧି ସରିବା ପରେ ଉଭୟଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।