ଟାଟା ଇନଷ୍ଟିଚ୍ୟୁଟ ମୁମ୍ବାଇର ବଡ ଦାବି । ବଟିକା ସେବନରେ କର୍କଟରୋଗରୁ ସୁସ୍ଥ ବ୍ୟକ୍ତିଙ୍କୁ ଆଉ ହେବେନି ଆକ୍ରାନ୍ତ

Advertisment
ଟାଟା ଇନଷ୍ଟିଚ୍ୟୁଟ ମୁମ୍ବାଇର ବଡ ଦାବି । ବଟିକା ସେବନରେ କର୍କଟରୋଗରୁ ସୁସ୍ଥ ବ୍ୟକ୍ତିଙ୍କୁ ଆଉ ହେବେନି ଆକ୍ରାନ୍ତ

କନକ ବ୍ୟୁରୋ : ଟାଟା ମେମୋରିଆଲ ମୁମ୍ବାଇର ବଡ ଦାବି । ଟାଟା ମେମୋରିଆଲ ଗବେଷକ ଏଭଳି ଏକ ବଟିକା ବାହାର କରିଛନ୍ତି ଯାହାକୁ ସେବନ କରିବା ଦ୍ୱାରା କର୍କଟ ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ୨ୟ ଥର ପାଇଁ କର୍କଟ ରୋଗ ହେବା ଆଶଙ୍କାକୁ ୩୦ ପ୍ରତିଶତ କମ ରହିବ ବୋଲି ଦାବି କରାଯାଇଛି । ଏଥିସହ ଔଷଧ, ବିକିରଣ, କେମୋଥେରାପିର ଚିକିତ୍ସାର ପାଶ୍ୱର୍ ପ୍ରତିକ୍ରିୟାକୁ ୫୦ ପ୍ରତିଶତ ହ୍ରାସ କରୁଥିବା ମଧ୍ୟ ଦାବି କରାଯାଇଛି । ଅ।।ଗମୀ ଦିନରେ ବଜାରରେ ବଟିକା ଆସିବ । ଏହା କର୍କଟ ରୋଗର ସବୁଠୁ ଶସ୍ତା ଚିକିତ୍ସା ହେବ । ଏହି ବଟିକାକୁ ମଂଜୁରୀ ଦେବା ପାଇଁ ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟିକୁ ଆବେଦନ କରାଯାଇଛି । ଜୁନ-ଜୁଲାଇ ସୁଦ୍ଧା ଅନୁମତି ମିଳିପାରେ । ଆମେରିକା ଓ ଚୀନ ପରେ ଭାରତରରେ ସବୁଠୁ ଅଧିକ କର୍କଟ ରୋଗୀ ଚିହ୍ନଟ ହୋଇଥାନ୍ତି । ଅଧିକାଂଶ ରୋଗୀଙ୍କ ମୃତ୍ୟୁ ହେବା ସହ ଅନେକ ସୁସ୍ଥ ହେବା ପରେ ମଧ୍ୟ ୨ୟଥର ପାଇଁ ଆକ୍ରାନ୍ତ ହୋଇଥାନ୍ତି । ଏଭଳି ସ୍ଥିିତିରେ ଟିକା ରାମବାଣ କାମ କରିପାରେ । ଗବେଷକମାନେ ମୂଷାଙ୍କ ଦେହରେ ବଟିକା ପରୀକ୍ଷଣ କରିବା ପରେ ସଫଳତା ପାଇଛନ୍ତ । ପୂର୍ବରୁ ଏହା ଏକଲକ୍ଷରୁ ୪କୋଟି ଖର୍ଚ୍ଚ କରିବାକୁ ପଡୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe