ଏଣିକି ମାତ୍ର ଅଧଘଂଟାରେ ହୋଇପାରିବ କରୋନା ପରୀକ୍ଷା: ଟାଟାର ସ୍ୱଦେଶୀ କୋଭିଡ଼ ଟେଷ୍ଟ କିଟ୍ ଫେଲୁଦାକୁ ଡିସିଜିଆଇର ଅନୁମୋଦନ; ଆରଟିପିସିଆର୍ ଟେଷ୍ଟ ଭଳି ଭରସାଯୋଗ୍ୟ

୨୦୨୧ ମେ ସୁଦ୍ଧା ହେବ ଉପଲବ୍ଧ, ଦାମ୍ ୫୦୦ଟଙ୍କା

281

କନକ ବ୍ୟୁରୋ: ଏଣିକି ମାତ୍ର ଅଧଘଂଟାରେ ହୋଇପାରିବ କରୋନା ପରୀକ୍ଷା । ସେ ବି କମ୍ ଖର୍ଚ୍ଚରେ  । ଏଭଳି ଏକ କିଟ୍ ତିଆରୀ କରିଛି ଟାଟା । ଦେଶରେ ସ୍ୱଦେଶୀ କୋଭିଡ଼ ଟେଷ୍ଟ କିଟ୍ ଫେଲୁଦାକୁ ଡିସିଜିଆଇର ଅନୁମୋଦନ ମିଳିଛି । ଟାଟା ଗ୍ରୁପ୍ ଓ ସିଏସ୍ଆଇଆର ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ କିଟ୍ କମର୍ସିଆଲ୍ ଲଂଚ ପାଇଁ ଅନୁମତି ମିଳିଛି । ଏହା ଆରଟିପିସିଆର୍ ଟେଷ୍ଟ ଭଳି ସଠିକ୍ ଯାଂଚ କରୁଥିବା ପରୀକ୍ଷାରୁ ଜଣାପଡ଼ିଛି । ଏହି କିଟ ଦ୍ୱାରା ଆରଟିପିସିଆର ଟେଷ୍ଟର ଏକ ତୃତୀୟାଂଶ ଖର୍ଚ୍ଚରେ କୋଭିଡ଼ ଟେଷ୍ଟ ହୋଇପାରିବ । ଏହି କିଟ ଦେଖିବାକୁ ଏକ କାଗଜ ଭଳି । ଏହାର କାଗଜ ରଙ୍ଗରୁ କରୋନା ସଂକ୍ରମଣ ସମ୍ପର୍କରେ ଜଣାପଡ଼ିବ ।

୨୦୨୧ ମେ ସୁଦ୍ଧା ଏହି କିଟ ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଇଛି । ଏହାର ଦାମ୍ ରହିବ ୫୦୦ଟଙ୍କା । ମାତ୍ର ୩୦ ମିନିଟ ମଧ୍ୟରେ କରୋନା ପଜିଟିଭ ସମ୍ପର୍କରେ ଏହି କିଟ୍ ସୂଚନା ଦେବ । ଲୋକେ ହସ୍ପିଟାଲ ନଯାଇ ଏହି କିଟ୍ ଦ୍ୱାରା ଘରେ ବସି ମଧ୍ୟ କରୋନା ପରୀକ୍ଷଣ କରିପାରିବେ । ଏହାକୁ ଭବିଷ୍ୟତରେ ଅନ୍ୟ ମହାମାରୀ ପାଇଁ ଉପଯୋଗ କରାଯାଇପାରିବ । କମ୍ପାନୀ କହିଛି ଟାଟାର ପରୀକ୍ଷଣ ସିଏଏସ-୯ ପ୍ରୋଟିନର ବ୍ୟବହାର କରୁଥିବା ବିଶ୍ୱର ପ୍ରଥମ ଏଭଳି ପରୀକ୍ଷଣ ଯାହା ସଫଳତା ପୂର୍ବକ କୋଭିଡ଼ ୧୯ ମହାମାରୀ ବ୍ୟାପୁଥିବା ସଂକ୍ରମଣକୁ ଚିହ୍ନଟ କରିପାରେ ।