କନକ ବ୍ୟୁରୋ : ଟାଟା ଇଲକ୍ଟ୍ରୋନିକ୍ସ ସିଷ୍ଟମ ଲିମିଟେଡରେ ଚାକିରୀ ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଦେଉଳିଆ ଗାଁରେ ଧରିତ୍ରୀ । ଘର କହିଲେ ସରକାରୀ ସହାୟତାରେ ତିଆରି ହୋଇଥିବା ଘର । ପିଲା ବେଳୁ ହିଁ ବାପାଙ୍କର ମୃତ୍ୟୁ ହୋଇଗଲା । ମା ଉପରେ ପଡିଲା ପରିବାରର ବୋଝ । ମୁଲ ଲାଗି ପୁଅ ଝିଅଙ୍କୁ ପଢାଇଲେ । ଧରିତ୍ରୀ ବି ପାଠ ପଢିବା ସାଙ୍ଗକୁ ଦିନ ମଜୁରିୁଆ ଭାବେ କାମ କଲେ । ଯାହା ପଇସା ମିଳେ ସେଥିରେ ଦୁଖ କଷ୍ଟରେ ପରିବାର ଚଳିଯାଏ ।
କିନ୍ତୁ ସାନ ଭାଇ ଭଉଣୀଙ୍କୁ ପାଠ ପଢାଇବା ଏତେ ସହଜ ହେଉନଥିଲା । ଆଉ ଏହି ସମୟରେ ସ୍ୱପ୍ନକୁ ବାସ୍ତବ ରୁପ ଦେବାକୁ ଏକ ନୂଆ ସୁଯୋଗ ଦେଇଛି ଟାଟା । ଧରିତ୍ରୀଙ୍କ ଭଳି କାଞ୍ଚନଙ୍କ ଜୀବନ ବି ବେଶ ସଂଘର୍ଷମୟ । ମୟୂରଭଞ୍ଜର ବୈଶିଙ୍ଗାରେ କାଞ୍ଚନଙ୍କ ଘର । ବାପା ଦିନ ମଜୁରିଆ କାମ କରନ୍ତି । ଘରର ଅବସ୍ଥା ସେମିତି କିଛି ଭଲ ବି ନାହିଁ । ଛୁଆଙ୍କୁ ଭଲ ଶିକ୍ଷା ଦେବା ପାଇଁ ମାଁ ବି ପର ଘରେ ପାଉଟି କାମ କରନ୍ତି । ଏବେ ଟାଟାରେ ନିଯୁକ୍ତି ପାଇବା ପରେ ଆଗକୁ ପରିବାରକୁ ସହାୟତା କରିପାରିବେ ବୋଲି କାଂଚନ କ୍ୟାମେରା ଆଗରେ କହିଛନ୍ତି ।
Follow Us