କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଶୀତଳାପଲ୍ଲୀରେ ହୋଇଥିବା ଟାଟା କୋଭିଡ୍ ହସ୍ପିଟାଲକୁ ବନ୍ଦ ରଖାଯାଇଛି । ଗଂଜାମ ଜିଲ୍ଲାରେ କ୍ରମାଗତ ଭାବରେ ରୋଗୀଙ୍କ ସଂଖ୍ୟା କମୁଥିବାରୁ ଏଭଳି ନିଷ୍ପତି ନିଆଯାଇଛି । କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କମିବାରୁ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଅତି କମ ରହିଛି । ଏଭଳି ସ୍ଥିତିରେ ସେବାକୁ ବନ୍ଦ ରଖିବାକୁ ନିଷ୍ପତି ନେଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଳାସ୍ତରୀୟ ଏକ ବୈଠକରେ ଶୀତଳାପଲ୍ଲୀ ଟାଟା କୋଭିଡ୍ ହସ୍ପିଟାଲରେ ସେବା ବନ୍ଦ ରଖିବାକୁ ନିଷ୍ପତି କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ପୁଣି ଥରେ ସାଂଘାତିକ ରୂପ ନେଉଥିବା ବେଳେ ପ୍ରଶାସନର ଏଭଳି ନିଷ୍ପତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଆସନ୍ତା ଡିସେମ୍ବରରେ ରାଜ୍ୟରେ ଦ୍ୱିତୀୟ ସଂକ୍ରମଣର ଭୟ ରହିଛି ବୋଲି ରାଜ୍ୟ ସରକାର ସତର୍କ କରାଉଥିବା ବେଳେ ଜିଲ୍ଲା ପ୍ରଶାସନର ଏହି ନିଷ୍ପତିକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେଣୁ ପ୍ରଶ୍ନ ଉଠୁଛି, ଆଗକୁ ସଂକ୍ରମଣ ହେବ ନାହିଁ ବୋଲି ଧରି ନେଇଛି କି ପ୍ରଶାସନ ?