ବାଂଲାଦେଶରେ ଚାଲିଥିବା ସାଂପ୍ରଦାୟିକ ହିଂସାକୁ ନେଇ ମୁହଁ ଖୋଲିଲେ ବିଶିଷ୍ଠ ଲେଖିକା ତସଲିମା ନସରୀନ, କହିଲେ ଏଭଳି କଥା

101

କନକ ବ୍ୟୁରୋ : ବାଂଲାଦେଶରେ ଏବେ ସାଂପ୍ରଦାୟିକ ହିଂସା ମୁଣ୍ଡ ଟେକିଛି । ସେଠି ବି ଧାର୍ମିକ ମୌଳବାଦୀମାନେ ଧିରେ ଧିରେ ସେଠିକାର ନାଗରିକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ରୋଜଗାର ଠାରୁ ଧର୍ମ ବଡ ବୋଲି ବୁଝାଇବାରେ ସଫଳ ହୋଇଛନ୍ତି । ଫଳରେ ୫୦ ବର୍ଷ ଧରି ଧର୍ମନିରପେକ୍ଷତାରୁ ବାହାରକୁ ଆସୁଛି ବାଂଲାଦେଶ । ବାଂଲାଦେଶ ସ୍ୱାଧିନ ହେବା ପରେ ସେଠାରେ ବଙ୍ଗାଳୀ ହିନ୍ଦୁ, ମୁସଲମାନ, ବୌଦ୍ଧ, ଇସାଇମାନେ ଏକତ୍ରୀତ ହୋଇ ରହିଥିବା ବେଳେ ଏବେ ସେଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏବେ ସେଠାରେ ଏଭଳି ସ୍ଥିତି ଉପୁଜିଛି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ନଥିବା ଭଳି ଲାଗୁଛି ।

୧୯୮୦ ମସିହା ପରେ ବାଂଲାଦେଶର ଶାସକ ଦେଶକୁ ଏକ ଇସଲାମିକ ସମାଜ ଭାବେ ଗଠନ କରବାକୁ ସକ୍ରିୟ ହୋଇଛି । ଧର୍ମନିରପେକ୍ଷତା ଆଳରେ ସେଠାରେ ଇସଲାମିକ ସମାଜ ଗଠନ କରିିବାକୁ ପ୍ରୟାସ ଜାରି ରହିଛି   । ସମ୍ବିଧାନକୁ ଇସଲାମିକରଣ କରି ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଗତିଶୀଳ ଲୋକଙ୍କ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ବାଂଲାଦେଶରୁ ଦେଶାନ୍ତର ହୋଇଥିବା ପ୍ରସିଦ୍ଧ ଲେଖିକା ତସଲିମା ନସରୀନ ।

କହିରଖୁ କି ଏବେ ସେଠାରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଛି । ହିନ୍ଦୁ ପର୍ବ ପର୍ବାଣୀ ବେଳେ କିଛି ଧାର୍ମିକ ମୌଳବାଦୀ ସମର୍ଥକ ସେମାନଙ୍କର ମୂର୍ତ୍ତି ଭାଙ୍ଗିବା ସହ ହିନ୍ଦୁମାନଙ୍କୁ ହତ୍ୟା କରିବାରେ ଲାଗିଛନ୍ତି । ଏନେଇ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ବାରମ୍ବାର ସଫେଇ ଦେଉଥିଲେ ବି ଏହା ସାଂପ୍ରଦାୟିକ ହିଂସା କମାଇବାରେ ପ୍ରଭାବ ପକାଉ ନାହିଁ । ଏହାକୁ ନେଇ ଭାରତରେ ହିନ୍ଦୁ ସଂଗଠନମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅନ୍ୟପଟେ ଏଭଳି ହିଂସାକୁ ନଜରରେ ରଖି ବାଂଲାଦେଶରେ ରହୁଥିବା ହିନ୍ଦୁମାନେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ।