କୋଭିଡ୍ କାଳରେ ଔଷଧ ଓ ସ୍ୱାସ୍ଥ୍ୟ ଉପକରଣ ଉପରେ ନଜର : ଗଠନ ହେଲା ରାଜ୍ୟସ୍ତରୀୟ କମିଟି

Advertisment
ସଂକ୍ରମଣ ବଢୁଥିବାବେଳେ କମୁଛି ଟିକାକରଣ : ଆଜି ୧୨ଟି ଜିଲ୍ଲାରେ ବନ୍ଦ ରହିବ ଭ୍ୟାକ୍ସିନେସନ

କନକ ବ୍ୟୁରୋ : କୋଭିଡ ଉପକରଣର ପରିଚାଳନାର ତଦାରଖ ଏବଂ ଔଷଧ କଳାବଜାରୀ ଉପରେ ନିୟନ୍ତ୍ରଣ ପାଇଁ ଗଠିତ ହେଲା ରାଜ୍ୟସ୍ତରୀୟ କମିଟି । କୋଭିଡ ଚିକିତ୍ସା ସମ୍ବନ୍ଧୀୟ ଆବଶ୍ୟକୀୟ ଔଷଧ ଏବଂ ଉପରକରଣ ଯେପରି ରାଜ୍ୟରେ କଳାବଜାରୀ ନହୁଏ ସେଥିପ୍ରତି ଏହି କମିଟି ନଜର ରଖିବ । ଏହି କମିଟିର ଅଧ୍ୟକ୍ଷ ଅଛନ୍ତି କ୍ରାଇମବ୍ରାଂଚ ଏଡିଜି ୱାଇକେ ଜେଠୱା । ଏନେଇ ଓଡିଶା ଔଷଧ ନିୟାନ୍ତ୍ରକ ସହ କଥା ହୋଇ କ୍ରାଇମବ୍ରାଂଚ ଏଡିଜି ବିସ୍ତୃତ ଆଲୋଚନା କରିଛନ୍ତି ।

କୋଭିଡ ଔଷଧ, ଉପକରଣ କଳାବଜାରୀ ରୋକିବା ଦିଗରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଜଏଂଟ ଫ୍ଲାଇଁ ସ୍କ୍ୱାର୍ଡ, ସର୍ଭିଲାନ୍ସ ଟିମ, ପୁଲିସ, ଟାସ୍କଫୋର୍ସ ଟିମ, ଡ୍ରଗ୍ସ କଂଟ୍ରୋଲରର ଏନଫୋର୍ସମେଂଟ ୱିଙ୍ଗ ଅଚାନକ ଚଢାଉ କରି କୋଭିଡ ପରିଚାଳନାର ତଦାରଖ କରିବେ । ରାଜ୍ୟରେ ଯେପରି କୋଭିଡ ଚିକିତ୍ସା ସହ ସଂପୃକ୍ତ ଔଷଧ କିମ୍ବା ଉପକରଣର ଯେପରି କଳାବଜାରୀ ନହୁଏ, ସେ ଉପରେ ତୀକ୍ଷଣ ଓ ସତର୍କ ନଜର ରଖିବ ରାଜ୍ୟସ୍ତରୀୟ ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe