କନକ ବ୍ୟୁରୋ: ଉତ୍ତର ଓଡିଶା ବିକାଶ ପରିଷଦ ପାଇଁ ଟାକ୍ସଫୋର୍ସ ଗଠନ ହେବା ପରେ ବଢ଼ିଲା ଚର୍ଚ୍ଚା। ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲା ପରେ ଘୋଷଣା କରିଥିଲେ ଆଞ୍ଚଳିକ ବୈଷ୍ୟମତା ଦୂର ପାଇଁ ଗଠନ ହେବ ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ । ହେଲେ ଦକ୍ଷିଣ ଓଡିଶା ବିକାଶ ପରିଷଦ କେବେ ଗଠନ ହେବ ସେନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ସେପଟେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ସ୍ଥାପନ ପାଇଁ କଣ ରହିଛି ମୋହନ ସରକାରଙ୍କ ଯୋଜନା ତାହା ଉପରେ ସଭିଙ୍କ ନଜର।
ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲା ପରେ ଘୋଷଣା କରିଥିଲେ ଆଞ୍ଚଳିକ ବୈଷ୍ୟମତା ଦୂର ପାଇଁ ଗଠନ ହେବ ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ନେଇ ଗଠନ ହେବ ଉତ୍ତର ଓଡିଶା ବିକାଶ ପରିଷଦ । ଏହି ଫୋର୍ସର ଅଧକ୍ଷ ରାଜ୍ୟ ଗୃହ ଓ ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଥିବାବେଳେ, ୮ ଜିଲ୍ଲାର ବିଧାୟକଙ୍କୁ ସଦସ୍ୟ କରାଯାଇଛି । ଟାସ୍କ ଫୋର୍ସର ଅଧକ୍ଷ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ପରିଷଦର ରୂପରେଖ କେମିତି ହେବ ତାହା ଟାସ୍କ ଫୋର୍ସର ପ୍ରଥମ ବୈଠକ ବସିଲେ ନିଷ୍ପତ୍ତି ନିଆଯିବ । ଏହଦ୍ୱାରା ସନ୍ତୁଳିତ ବିକାଶ ହେବ ବୋଲି ରାଜସ୍ୱ ମନ୍ତ୍ରୀ କହିଥିବାବେଳେ ବସ୍ତା ବିଧାୟିକା ଉତ୍ତର ଓଡିଶାକୁ ସ୍ୱତନ୍ତ୍ର ଅନୁଦାନ ଦେବାକୁ ଓକିଲାତି କରିଛନ୍ତି ।
ରାଜ୍ୟରେ ପଶ୍ଚିମ ଓଡିଶାର ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହୋଇଛି । କିନ୍ତୁ ଏହା କିଭଳି କାମ କରୁଛି ତାହା ସମସ୍ତଙ୍କୁ ଜଣା ।
-ବର୍ତ୍ତମାନ ଯାଏଁ ବିକାଶ ପରିଷଦର ଭିଜନ ନାହିଁ
-ଅନୁଦାନ ଦିଗୁଣା ହୋଇଥିଲେ ବି ବିକାଶ ବାଟବଣା ହୋଇଛି
-ପଶ୍ଚିମ ଓଡିଶାର ବିକାଶ କଥା କୁହାଯାଉଛି, କିନ୍ତୁ ଭୁବନେଶ୍ୱରରେ ଅଛି ମୁଖ୍ୟ କାର୍ଯ୍ୟାଳୟ
-ନେତା ଓ ଅଫିସରଙ୍କ ଥଇଥାନ କେନ୍ଦ୍ର ହୋଇଛି ପଶ୍ଚିମ ଓଡିଶା ବିକାଶ ପରିଷଦ
-ଅଧିକାର ସଙ୍କୁଚିତ ହୋଇଥିବାରୁ ଆଂଚଳିକ ବୈଷମ୍ୟ ଦୂର କରିପାରିନି ବିକାଶ ପରିଷଦ
ସେପଟେ ବିଧାନସଭା ନିର୍ବାଚନରେ ଦକ୍ଷିଣ ଓଡିଶାରୁ ବିଜେପିର ଅଧିକ ଆସନ ପାଇଥିବାରୁ ଟାସ୍କଫୋର୍ସ ଗଠନ ବେଳେ ଦକ୍ଷିଣ ଓଡିଶାକୁ ସରକାର ଭୁଲିଗଲେ କେମିତି ବୋଲି ପଚାରିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି ।
ଉତ୍ତର ଓ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପାଇଁ ତତକାଳୀନ ସରକାର ସମୟରେ ବି ଦାବି ହୋଇଆସୁଥିଲା । ଏବେ ନୂଆ ସରକାର ଏ ନେଇ ଆଶା ଦେଖାଇଥିବାବେଳେ କାର୍ଯ୍ୟକାରୀ କେତେ ହେବ ଓ କେତେ ଉଦ୍ଦେଶ୍ୟ ସାଧାନ ହେବ ସେ ନେଇ ଏବେଠୁ ସନ୍ଦେହ ସୃଷ୍ଟି ହେଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2024/07/26-14.jpg)