କୋରାପୁଟରେ କଫି ଚାଷ ଭଳି ସଫଳ ହେବ ଟସର ଚାଷ । ଉପକୃତ ହେବେ ସ୍ଥାନୀୟ ଅଞ୍ଚଳର ଚାଷୀ ।

88

କନକ ବ୍ୟୁରୋ: ରେଶମ ଏକ ପୋକରୁ ବାହାରୁ ଥିବା ସୁତା । ଏହା ଦେଖିବାକୁ ଯେତିକି ସୁନ୍ଦର ଏଥିରୁ ତିଆରି ହୋଇଥିବା ବସ୍ତ୍ର ତା ଠାରୁ ଅଧିକା ସୁନ୍ଦର । ଅନ୍ୟ ଚାଷ ଭଳି ରେଶମ ଚାଷ କରି ଲାଭବାନ ହେଉଛନ୍ତି ଚାଷୀ । କୋରାପୁଟ ଜିଲ୍ଳାରେ ଏହି ଚାଷ ପାଇଁ ଉତ୍ତମ ଜଳବାୟୁ ଥିବା ବେଳେ ଏହି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଦେଖିବାକୁ ମିଳୁନାହିଁ । ତେଣୁ ଏହି ଚାଷର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି । ମେଳା ମାଧ୍ୟମରେ ଚାଷୀଙ୍କୁ ସଚେତନ କରାଉଛନ୍ତି ।

ଟସର, ମୁଗା, ମଲବରି ଓ ଏଣ୍ଡି ପୋକରୁ ପ୍ରସ୍ତୁତ ହୁଏ ସୁତା । ଆଉ ଏଥିରୁ ତିଆରି ହୁଏ ସୁନ୍ଦର ସୁନ୍ଦର ବସ୍ତ୍ର । ଯାହାର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ରହିଛି । ନବରଙ୍ଗପୁର ଜିଲ୍ଳାରେ ଟସର ହେଉଥିବା ବେଳେ କୋରାପୁଟ ଜିଲ୍ଳାର ସେମିଳିଗୁଡ଼ା ଓ ପଟାଙ୍ଗିରେ ମୁଗା, ମଲବରି ଓ ଏଣ୍ଡି କିସମର ଚାଷ ହେଉଛି । ପ୍ରଥମେ ଅଣ୍ଡାରୁ ଲାର୍ଭା ହୁଏ, ପରେ ଏହା ପୋକରେ ପରିଣତ ହୁଏ । ଏହା ପରେ ସେଥିରୁ କୋଷା ତିଆରି ହୁଏ । ଆଉ ସେହି କୋଷାରୁ ରେସମ ସୁତା ବାହାରିଥାଏ । ପୁଣି ସେହି କୋଷାରୁ ପ୍ରଜାପତି ସୃଷ୍ଟି ହୋଇଥାଏ । ସେହି ପ୍ରଜାପତି ପୁଣି ଅଣ୍ଡା ଦେଇ ଆଗକୁ ବଢ଼଼ିଥାଏ । କିଛି ଏଭଳି ପ୍ରକ୍ରିୟାରେ ରେଶମ ଚାଷ କରନ୍ତି ଚାଷୀ ।

କୋରାପୁଟ ଜିଲ୍ଲାରେ ଚାଷୀ ମାନେ କିଭଳି ଅନ୍ୟ ଚାଷ ଭଳି ଟସର ଚାଷ କରି ଲାଭବାନ ହୋଇପାରିବେ ସେନେଇ ତତ୍ପର ହୋଇଛି ପ୍ରଶାସନ ।