ସୂତ୍ର : ପୁଣି ଇତିହାସକୁ ଦୋହରାଇବା ପ୍ରୟାସରେ ଆତଙ୍କୀ ! ପଞ୍ଜାବରେ ୨୬/୧୧ ଭଳି ଆକ୍ରମଣ କରିବା ନେଇ ଆସିଲା ଚାଞ୍ଚଲ୍ୟକର ଖବର , ଅସ୍ତ୍ର ପାଇଁ ଡ୍ରୋନ୍ ସାଜୁଥିଲା ବାହକ

769

ରବିବାର ପଞ୍ଜାବର ତରନତାରନ୍ ରେ ଧରାପଡିଥିବା ଖାଲିସ୍ତାନ୍ ଜିନ୍ଦାବାଦ୍ ଫୋର୍ସ (କେଜେଏଫ୍) ର ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ପାକିସ୍ତାନର ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ପଞ୍ଜାବ ଏବଂ ଏହାର ଆଖପାଖରେ ଥିବା ରାଜ୍ୟରେ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଏକ ଆକ୍ରମଣ କରିବା ପାଇଁ ଯୋଜନା କରୁଛି । ଏହି ଆକ୍ରମଣକୁ ସଫଳ କରିବା ପାଇଁ ଡ୍ରୋନ୍ ମାଧ୍ୟମରେ ପଞ୍ଜାବରୁ ଏକେ-୪୭ ରାଇଫଲ୍ ଏବଂ ଭାରୀ ମାତ୍ରାରେ ମ୍ୟାଗାଜିନ୍ ଏବଂ ବାରୁଦ ପହଞ୍ଚା ଯାଇଥିଲା । ସରକାରଙ୍କ ଉଚ୍ଚ ସୂତ୍ର ଅନୁସାରେ , ଧାର୍ମିକ ସ୍ଥଳୀ ଏବଂ ସାର୍ବଜନୀନ ଗହଳିପୂର୍ଣ୍ଣ ସ୍ଥାନରେ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ପୁଣିଥରେ ଫାୟାରିଙ୍ଗ୍ ଏବଂ ବିସ୍ଫୋରଣ କରି ନିରୀହଙ୍କ ଜୀବନ ନେବାର ଲକ୍ଷ୍ୟ ରଖିଛି କେଜେଏଫ୍ ସଂଗଠନ । ପାକ୍ ଆତଙ୍କବାଦୀ କସାବ୍ ଏବଂ ତା’ର ସାଥି ଭଳି ପୁଣି କେତେ ଆତଙ୍କବାଦୀଙ୍କୁ ପଠାଇ ଭାରତରେ ରକ୍ତର ହୋଲି ଖେଳିବାକୁ ମନସ୍ଥ କରୁଛି ପାକ୍ ।

ତେବେ ୨୬ /୧୧ ଆକ୍ରମଣରେ ଆତଙ୍କବାଦୀଙ୍କୁ ଆଇଏସଆଇ ତରଫରୁ ପାଞ୍ଚ ଏର ୪୭ ରାଇଫଲ୍ , ୧୬ ମ୍ୟାଗାଜିନ୍ ଏବଂ ୪୭୨ ଡ୍ରୋନ୍ ଜରିଆରେ ପଠାଯାଇଥିଲା । ଆକ୍ରମଣ ସମୟରେ ଲାଇଭ୍ ନିର୍ଦ୍ଧେଶ ଦେବା ପାଇଁ ଆଇଏସଆଇର ହ୍ୟାଣ୍ଡଲରରୁ ଅସ୍ତ୍ରଶସ୍ତ୍ର ସହିତ ସାଟେଲାଇଟ୍ ଫୋନ୍ ବି ପଠାଯାଇଥିଲା । ସୂତ୍ର ଅନୁସାରେ , ପଞ୍ଜାବର ତରନତାରନ୍ ଜିଲ୍ଲାର ଚୋଲା ସାହେବ୍ ଗାଁରୁ ଧରାପଡିଥିବା କେଜେଏଫର ଆତଙ୍କବାଦୀ ଡ୍ରୋନ୍ ମାଧ୍ୟମରେ ୪ ରୁ ୫ ଥର ହତିଆର ପଠାଇଥିଲେ । ଡ୍ରୋନ୍ ରୁ ଯେତେବେଳେ ଅସ୍ତ୍ର କଢାଯାଉଥିଲା ଖରାପ ଟେକନିକ୍ କାରଣରୁ ପାକ୍ ଡ୍ରୋନ୍ ତଳେ ପଡିଯାଇଥିଲା । ଏହି ଡ୍ରୋନ୍ ର ପ୍ରମାଣ ନଷ୍ଟ କରିବା ପାଇଁ ଆତଙ୍କୀ ଶୁଭଦୀପ୍ ଡ୍ରୋନ୍ କୁ ଭାଙ୍ଗିବା ସହ ଏହାର ପଙ୍ଖାକୁ ଜଳାଇ ଦେଇଥିଲେ । ପଞ୍ଜାବ ପୋଲିସ ଏହାର କିଛି ଅଂଶକୁ ରାଜୋକେ ଗାଁରୁ ଉଦ୍ଧାର କରିଥିଲା । ପୋଲିସ୍ ରିମାଣ୍ଡରେ ଥିବା ଆତଙ୍କବାଦୀମାନେ ଏହି କଥା ପୋଲିସକୁ କହିଥିଲେ । ଶୁଣାଯାଉଛି ଯେ ପଞ୍ଜାବ ପୋଲିସ୍ ଏବେ ଏହି ଧରାପଡିଥିବା ଆତଙ୍କବାଦୀଙ୍କୁ ତନ୍ନତନ୍ନ କରି ଜାଞ୍ଚ୍ କରୁଛି ।