ଆଜିଠୁ ବିହାରରେ ପୁଣି ଆରମ୍ଭ ହେବ ଏନଡିଏ ରାଜ୍: ଏଥର ବିଜେପି କୋଟାରୁ ତାରକିଶୋର ଓ ରେଣୁ ଦେବୀଙ୍କୁ ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ; ସକ୍ଷେପରେ ଜାଣନ୍ତୁ ସେମାନଙ୍କ ସମ୍ପର୍କରେ

176

କନକ ବ୍ୟୁରୋ: ବିହାରରେ ଆଜିଠୁ ପୁଣି ଆରମ୍ଭ ହେବ ଏନଡିଏ ରାଜ । କିନ୍ତୁ ଏଥର ବିଜେପି କୋଟାରୁ ସୁଶୀଲ କୁମାର ମୋଦିଙ୍କ ବଦଳରେ ତାରକିଶୋର ପ୍ରସାଦ ଓ ରେଣୁଦେବୀ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତାରକିଶୋରଙ୍କୁ ବିଜେପି ବିଧାୟକ ଦଳ ନେତା ଓ ରେଣୁ ଦେବୀଙ୍କୁ ଉପନେତା ନିର୍ବାଚିତ କରାଯାଇଛି । ଆସନ୍ତୁ ଜାଣିବା ତାରକିଶୋର ଓ ରେଣୁ ଦେବୀଙ୍କ ସମ୍ପର୍କରେ ।

ତାରକିଶୋର

– ବିହାରର ସୀମାଂଚଳରୁ ଆସୁଛନ୍ତି ତାରକିଶୋର ପ୍ରସାଦ

-କଟିହାର ଆସନରୁ ଚତୁର୍ଥ ଥର ପାଇଁ ବିଧାୟକ ହୋଇଛନ୍ତି

-ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଘନିଷ୍ଠ ଓ ବୈଶ୍ୟ ସମୁଦାୟରୁ ଆସିଛନ୍ତି

-ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ରାଜନୈତିକ ଜୀବନ ଆରମ୍ଭ

-୨୦୦୫ରୁ ଲଗାତାର ବିଧାୟକ ଅଛନ୍ତି ତାରକିଶୋର

-ସୀମାଂଚଳ ଅଂଚଳରେ ଏଥର ବିଜେପି ଭଲ ପ୍ରଦର୍ଶନ କରିଛି

ରେଣୁ ଦେବୀ

-ଦୁର୍ଗାବାହିନୀରୁ ରାଜନୈତିକ କ୍ୟାରିୟର ଆରମ୍ଭ

-ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିସାରିଛନ୍ତି

-ଅତିପଛୁଆ ବର୍ଗରୁ ଆସିଛନ୍ତି ରେଣୁଦେବୀ

– ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ସହ ଜଡିତ ଅଛନ୍ତି ରେଣୁ

-ଚମ୍ପାରଣ ଓ ଉତର ବିହାରରେ ମହିଳାଙ୍କ ହକ ପାଇଁ ଲଢେଇ କରିଛନ୍ତି

-୧୯୮୮ରେ ଦୁର୍ଗାବାହିନୀର ଜିଲ୍ଲା ସଂଯୋଜକ