ବିଶ୍ୱର ବଡ ବଡ ହସ୍ତୀଙ୍କ ଟ୍ୱିଟର ଆକାଉଂଟକୁ ଟାର୍ଗେଟ । ବାରାକ ଓବାମା, ବେଞ୍ଜାମିନ , ଡାରେନ ବଫ, ବିଲ ଗେଟସଙ୍କ ଆକାଉଂଟ ହ୍ୟାକ : ଟୁଇଟ କରି ବିଟ କଏନ ମାଗିଲେ ହ୍ୟାକର୍ସ 

251

କନକ ବ୍ୟୁରୋ : ବିଶ୍ୱର ବଡ ବଜ ହସ୍ତୀଙ୍କ ଟ୍ୱିଟର ଆକାଉଂଟକୁ ହକ କଲେ ହ୍ୟାକର । ରାଜନେତା, ବଡ ବ୍ୟବସାୟୀ, ସେଲିବ୍ରେଟିଙ୍କ ଟ୍ୱିଟର ଆକାଉଂଟ ହ୍ୟାକ ହୋଇଯାଇଛି । ଟ୍ୱିଟର ଆକାଉଂଟ ହ୍ୟାକ କରିବା ପରେ ହ୍ୟାକର ସେହି ଟୁଇଟର ହ୍ୟାଣ୍ଡଲରୁ ଟ୍ୱିଟ୍ ବିଟ କଏନ ମାଗିଛନ୍ତି । ତେବେ କିଛି ସମୟ ପରେ ସେହି ଟୁଇଟ୍ ଡିଲିଟ କରିଦିଆଯାଇଛି । ବୁଧବାର ଯେଉଁ ସେଲିବ୍ରେଟିଙ୍କ ଟ୍ୱିଟର ହ୍ୟାକ କରିଥିଲେ ହ୍ୟାକର ସେମାନଙ୍କ ମଧ୍ୟରେ ରହିଛନ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବେଡାନ, ଇଜ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ସେହିପରି ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ ଗେଟସ୍, ଆମାଜନ ସିଇଓ ଜେଫ ବିଜୋସ, ଟେଲସା ସିଇଓ ଇଲାନ ମସ୍କ, ୱାରେନ ବଫେଟ୍,  ଆପଲ, ଉବେର ଭଳି କମ୍ପାନୀର ଟ୍ୱିଟର ଆକାଉଂଟ ମଧ୍ୟ ହ୍ୟାକ ହୋଇଛି । ତେବେ କିଏ କାହିଁକି ବିଶ୍ୱର ପ୍ରସିଦ୍ଧ ହସ୍ତୀଙ୍କ ଟୁଇଟର ଆକାଉଂଟକୁ ଟାର୍ଗେଟ କରିଛି, ତାହା ଉଦ୍ଦେଶ୍ୟ କଣ କିଛି ଜଣାପଡି ନାହିଁ । ଅନ୍ୟପଟେ ହ୍ୟାକ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଥିବା ସହ ଏହାର ସମାଧାନ ପାଇଁ ଉଦ୍ୟମ କରୁଥିବା କହିଛି ଟୁଇଟର ।