ଗରିବ କଲ୍ୟାଣ ସମାବେଶରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ। ଧର୍ମେନ୍ଦ୍ର କହିଲେ, ଡବଲ ଇଞ୍ଜିନ ସରକାର ହେଲେ ଓଡିଶାର ପ୍ରଗତି ହେବ

Advertisment
ଗରିବ କଲ୍ୟାଣ ସମାବେଶରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ। ଧର୍ମେନ୍ଦ୍ର କହିଲେ, ଡବଲ ଇଞ୍ଜିନ ସରକାର ହେଲେ ଓଡିଶାର ପ୍ରଗତି ହେବ

କନକ ବ୍ୟୁରୋ: ଅନୁଗୋଳ ଆଠମଲ୍ଲିକରେ ଗରିବ କଲ୍ୟାଣ ସମାବେଶରେ କେନ୍ଦ୍ର ସଫଳତାର କଥା କହିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡବଲ ଇଞ୍ଜିନ ସରକାର ହେଲେ ଓଡିଶାର ପ୍ରଗତି ହେବ ବୋଲି କହିଲେ ଧର୍ମେନ୍ଦ୍ର । ଆଠମଲ୍ଲିକର କୃଷକ ଭାଇମାନେ ପରିଶ୍ରମୀ ଏବଂ ବୁଣାକାର ଭାଇମାନଙ୍କ ନିଖୁଣ କାରିଗରୀ ଏହି ଅଞ୍ଚର ବୌଦ୍ଧିକ କ୍ଷମତା ଏବଂ ଓଡିଶାର କଳା, ସଂସ୍କୃତି, ସାହିତ୍ୟକୁ ରୁଦ୍ଧିମନ୍ କରିଛି । ମୋଦୀ ସରକାରରେ ଗରିବ କଲ୍ୟାଣ ହେଉଛି ମୂଳମନ୍ତ୍ର ।

ମୋଦୀ ସରକାର ଲାଭାର୍ଥୀଙ୍କ ପାଇଁ ସିଧାସଳଖ ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି , ମାତ୍ର ରାଜ୍ୟ ସରକାର ଏହି ଅର୍ଥର ବାଟମାରଣା କରିବାର ବ୍ୟବସ୍ଥା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ହିଁ ଆଠମଲ୍ଲିକ ଓ ଓଡିଶାର ବିକାଶ ହେବ ବୋଲି କହିଲେ ଧର୍ମେନ୍ଦ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe