ଆଗକୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଆହୁରି ବଢିବ : ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା

141

କନକ ବ୍ୟୁରୋ : ରୋଷେଇ ଗ୍ୟାସ ଓ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପେଟ୍ରୋଲିୟମ ସାମଗ୍ରୀକୁ ପଲିଟିକାଲ ଟୁଲ ଭାବେ କେନ୍ଦ୍ର ସରକାର ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି । ଏବଂ ପଶ୍ଚିମବଙ୍ଗ ନିର୍ବାଚନ ପରେ ନିୟମତି ପେଟ୍ରୋଲିୟମ ସାମଗ୍ରୀର ଦର ବଢୁଥିବା କହିଛନ୍ତି । କେନ୍ଦ୍ର ସରକାର କୋଭିଡ ଆଳରେ ସେସ ଲାଗୁ କରିବାରୁ ରାଜ୍ୟର ଲାଭ କମିଯାଇଛି ।

ଲଗାମ ସେମାନଙ୍କ ହାତରେ ଅଛି ଏବଂ ସେମାନେ ବ୍ଲାକମେଲ କରୁଛନ୍ତି ବୋଲି ସାଂଘାତିକ ଅଭିଯୋଗ ବାଢିଛନ୍ତି ରଣେନ୍ଦ୍ର ସ୍ୱାଇଁ । ସାଧାରଣ ଖାଉଟୀଙ୍କ ଅବସ୍ଥା ଦେଶରେ ଭଲ ନାହିଁ ଏବଂ ଆଗକୁ ସ୍ଥିତି ଆହୁରି ଖରାପ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି । ହେଲେ ପେଟ୍ରୋଲିୟମ ସାମଗ୍ରୀ ଉପରେ ରାଜ୍ୟ ସରକାର ମୋଟା ଅଙ୍କର ଭାଟ୍ ଲଗାଉଛନ୍ତି । ତେଣୁ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ରାଜ୍ୟ ଚାହିଁଲେ, ଭାଟ କମାଇ ପାରିବ ବୋଲି ଦାବି ହେଉଛି । ମନ୍ତ୍ରୀ କିନ୍ତୁ ଏହି ପ୍ରସଙ୍ଗରେ କିଛି କହିନାହାନ୍ତି ।