ଆସନ୍ତା ୩ରୁ ଖୋଲିବ ତାରା ତାରିଣୀ ମନ୍ଦିର : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା

ଗଂଜାମରେ ଜିରୋ ନାଇଟ ସେଲିବ୍ରେସନ ମନା; ନୂଆବର୍ଷରେ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିବ ଗୋପାଳପୁର ବେଳାଭୂମୀ

108

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ଖୋଲିବ ତାରା ତାରିଣୀ ମନ୍ଦିର । କରୋନା କଟକଣା ମଧ୍ୟରେ ରହି ଭକ୍ତମାନେ ମାଙ୍କୁ ଦର୍ଶନ କରିବେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଏସଓପି ଜାରି ହୋଇଛି । ଜିଲ୍ଲାର ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ମଧ୍ୟ ଆସନ୍ତକାଲି ବୈଠକ ହେବ ।

ଜିଲ୍ଲାରେ ଜିରୋ ନାଇଟ ସେଲିବ୍ରେସନ ହେବ ନାହିଁ । ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିବ ଗୋପାଳପୁର ବେଳାଭୂମୀ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି ।