କନକ ବ୍ୟୁରୋ : ଆଜିଠୁ ଖୋଲିଲା କେନ୍ଦୁଝରର ମା’ ତାରିଣୀ ମନ୍ଦିର । କଟକଣା ଅନୁଯାୟୀ କେବଳ ବ୍ୟାରିକେଡ୍ ମଧ୍ୟରେ ଭକ୍ତମାନେ ଦର୍ଶନ କରିପାରିବେ । ଭୋଗ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଦେବଦେବୀଙ୍କୁ ସମର୍ପଣ କରିପାରିବେ ନାହିଁ  । ମାସ୍କ ପିନ୍ଧିବା ସହ ଅତି କମରେ ୬ ଫୁଟର ସାମାଜିକ ଦୂରତା ରଖି ମନ୍ଦିରକୁ ପ୍ରବେଶ କରିବେ । ଏକ ସମୟରେ ୫ ଜଣଙ୍କୁ ଅଧିକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ  ।

Advertisment

୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ ଶିଶୁଙ୍କ ଦର୍ଶନ ପାଇଁ କଟକଣା କରାଯାଇଛି  । ପ୍ରତ୍ୟେକ ଧର୍ମାନୁଷ୍ଠାନର ପ୍ରବେଶ ଏବଂ ପ୍ରସ୍ଥାନରେ ସାନିଟାଇଜର ରଖାଯିବା ବ୍ୟବସ୍ଥା ହେବ । ଯଦି କୌଣସି ପୂଜକ କିମ୍ବା ସେବାୟତଙ୍କ ପାଖରେ ଜ୍ବର, ଥଣ୍ଡା ଭଳି ଲକ୍ଷଣ ଦେଖାଦେଲା, ତେବେ‌ ସେମାନଙ୍କୁ ଘରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।