କନକ ବ୍ୟୁରୋ: କୋଟିଆ ପାଇଁ ଏକାଠି ହେବେ ସବୁ ଦଳ । ରାଜନୈତିକ ଶତ୍ରୁତା ଭୁଲି ପାର୍ଟି ନୁହେଁ ବରଂ ମାଟି ପାଇଁ ଲଢେଇ କରିବେ । ଏମିତି ଆହ୍ୱାନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ଆଗାମୀ ପଂଚାୟତ ନିର୍ବାଚନରେ ଦଳମତକୁ ପଛରେ ପକାଇ କୋଟିଆ ଗ୍ରାମପୁଞ୍ଜରେ ନେତା ବାଛିବାକୁ ପ୍ରସ୍ତାବ ଦେଇଛନ୍ତି ।
ପୂର୍ବରୁ ପଡୋଶୀ ଆନ୍ଧ୍ର ପ୍ରଦେଶ ଅଗଣତାନ୍ତ୍ରିକ ଭାବରେ କୋଟିଆରେ କରିଥିଲା ପଂଚାୟତ ନିର୍ବାଚନ । ଅର୍ଥମୋହ ଦେଖାଇ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଭାବିତ କରି ସେହି ଅଞ୍ଚଳ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ସବୁବେଳେ କରୁଛି ଉଦ୍ୟମ । ତେଣୁ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଓଡିଶାର ରାଜନୈତିକ ଦଳ ମାନଙ୍କୁ ,ଏକାଠି ହେବାର ସମୟ ଆସିଛି ।
କୋଟିଆରେ ଆନ୍ଧ୍ରର ଦାଦାଗିରି ବନ୍ଦ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଏବେ ଏକାଠି ହୋଇଛନ୍ତି ସ୍ଥାନୀୟ ଜନ ପ୍ରତିନିଧି । ତିନି ମୁଖ୍ୟ ଦଳର ଆଞ୍ଚଳିକ ନେତା ପଡୋଶୀକୁ ଉଚିତ ଜବାବ ଦେବା ପାଇଁ ଅଣ୍ଟା ଭିଡିଛନ୍ତି । ସେଥିପାଇଁ ଆଲୋଚନା ଆରମ୍ଭ ହୋଇଥିବା ମଧ୍ୟ ସୂଚନା ମିଳିଛି । ଏବେ ଅପେକ୍ଷା କେବଳ ହାଇକମାଣ୍ଡଙ୍କ ନିଷ୍ପତିକୁ ।
କୁହାଯାଉଛି ଯଦି କୋଟିଆବାସୀ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଗ ନ ନିଅନ୍ତି ତେବେ କୋଟିଆ ହାସଲ ଉଦ୍ୟମରେ ଆନ୍ଧ୍ରକୁ ବଡ ସଫଳତା ମିଳିବ । ତେଣୁ ସଂଲଗ୍ନ ଜିଳ୍ଲାର ନେତା ଓ ଅଧିକାରୀ ନିର୍ବାଚନ ଭଣ୍ଡୁର କରିବାକୁ ଉଦ୍ୟମ ଆରମ୍ଭ କରିଦେଲେଣି । ତେଣୁ ଓଡିଶାର ଅଭିନ୍ନ ଅଙ୍ଗ କୋଟିଆକୁ ବଞ୍ଚାଇବା ରାଜ୍ୟର ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଉଛି ନା ନାହିଁ ତାହା ଉପରେ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/ADw-ZR.jpg)