ସ୍ୱାଭାବିକ ପ୍ରଶ୍ନକାଳ ପରେ, ଶୂନ୍ୟକାଳରେ ହୋ ହଲ୍ଲା । ବାଚସ୍ପତିଙ୍କ ମାଇକ୍ ଟାଣିଲେ ତାରା । ଗୃହ ୪ଟା ଯାଏଁ ମୁଲତବୀ ।

Advertisment
ସ୍ୱାଭାବିକ ପ୍ରଶ୍ନକାଳ ପରେ, ଶୂନ୍ୟକାଳରେ ହୋ ହଲ୍ଲା । ବାଚସ୍ପତିଙ୍କ ମାଇକ୍ ଟାଣିଲେ ତାରା । ଗୃହ ୪ଟା ଯାଏଁ ମୁଲତବୀ ।

କନକ ବ୍ୟୁରୋ: ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ତାତିଲା ବିଧାନସଭା । ଗୃହରେ ବିରୋଧୀ ବିଧାୟକ ହଟ୍ଟଗୋଳ କରିବା ସହ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି । ଗୁରୁବାର ବିଧାନସଭା ଶୂନ୍ୟକାଳରେ ଉଠିଥିଲା ପୋଲାଭରମ ପ୍ରସଙ୍ଗ । ଶୂନ୍ୟକାଳରେ ହୋ ହଲ୍ଲା କରିବା ସହ ବାଚସ୍ପତିଙ୍କ ମାଇକ୍ ଟାଣିଦେଇଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଆଉ ଏହାପରେ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ ।

ଗୁରୁବାର ଗୃହରେ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ଟଙ୍କା ଦେବା ନେଇ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା। ଏହି ପ୍ରକଳ୍ପ ଦ୍ଵାରା ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ଅଭିଯୋଗ କରି ବର୍ଷିଥିଲେ ରାମଚନ୍ଦ୍ର କାଡାମ । ଏହାପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନପତି କହିଥିଲେ ଯେ, ପୋଲାଭରମକୁ ନେଇ ଗୃହ କମିଟି ଗଠନ କରାଯାଉ । ଗୃହ କମିଟି ଗଠନ ଦାବିରେ ଗୃହରେ କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା କରିଥିଲେ । ପ୍ରତିବାଦ ସମୟରେ ବାଚସ୍ପତିଙ୍କ ମାଇକ ଟାଣି ଦେଇଥିଲେ ବିଧାୟକ ତାରା ବାହିନୀପତି । ଯାହା ପରେ ଗୃହକୁ ପ୍ରଥମେ ୧୫ ମିନିଟ୍ ଏବଂ ପରେ ୪ଟା ଯାଏଁ ମୁଲତବୀ ରଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe