କନକ ବ୍ୟୁରୋ : ଗିରଫ ହେବା ପରେ କୋର୍ଟ ଚାଲାଣ ହେବେ ଅବସରପ୍ରାପ୍ତ କୋଟିପତି ଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ଆୟ ବହିଭୂର୍ତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । ଗତକାଲି ତାରା ପ୍ରସାଦଙ୍କର ବିଭିନ୍ନ ଠିକଣାରେ ଭିଜିଲାନ୍ସ ଏକକାଳୀନ ରେଡ୍ କରିଥିଲା । ଭୁବନେଶ୍ବର ସ୍ଥିତ ନୟାପଲ୍ଲୀ ଆପାର୍ଟମେଂଟରୁ ପୁଳୁ ପୁଳା ଟଙ୍କା, ସୁନା, ରୂପା ଏବଂ ହୀରା ଜବତ ହୋଇଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
ଜଣେ ସରକାରୀ କର୍ମଚାରୀ ହୋଇ ନିଜ ଚାକିରି କାଳ ଭିତରେ କେମିତି ଏତେ ଟଂକା କମାଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ତାରାଙ୍କର ୧୦ଟି ମହଙ୍ଗା ଫ୍ଲାଟ୍, ୭ଟି ଦାମୀ ପ୍ଲଟ୍, ସୁନା ଅଢେଇ କିଲୋ, ହୀରା ୩୭୦ ଗ୍ରାମ୍, ୨.୭୦ କୋଟିରୁ ଅଧିକ ଜମା ଟଂକା, ନଗଦ ୬ ଲକ୍ଷ ଟଙ୍କା, ମର୍ସିଡିଜ୍ ବେଞ୍ଜ ସମେତ ୨ଟି ବିଳାସପୂର୍ଣ୍ଣ କାର୍ ଆଦି ଜବତ ହୋଇଛି । ଏହା ଆୟ ବହିର୍ଭୂତ ସମ୍ପତ୍ତି ବୋଲି ଜଣାପଡ଼ିଛି ।