ପ୍ରସାଦ ହଟାଅ, କଂଗ୍ରେସ୍ ବଂଚାଅ ! ତାତିଲେ ତାରା

Advertisment
ରାଜ୍ୟ ସରକାରଙ୍କୁ ତାରାଙ୍କ ତୀର ! କୋରାପୁଟ ପିଲାଙ୍କୁ ମିଳୁ ନିଯୁକ୍ତି, ନଚେତ୍ ନକ୍ସଲ ସଂଗଠନରେ ମିଶିବି ।

କନକ ବ୍ୟୁରୋ :  କଂଗ୍ରେସ ଦଳରେ ଅନ୍ତଦ୍ୱର୍ନ୍ଦ୍ୱ ଆଜି ଏକ ସାଂଘାତିକ ମୋଡକୁ ଆସିଯାଇଛି । ଦୁଇ ନମ୍ବରରୁ ତିନି ନମ୍ବର ସ୍ଥାନକୁ ଖସି ଆସିବା ପରେ ଦଳରେ ଏବେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି । ଆଉ ଟାର୍ଗେଟରେ ଅଛନ୍ତି ପିସିସି ମୁଖ୍ୟ ପ୍ରସାଦ ହରିଚନ୍ଦନ । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଛନ୍ତି, କାହିଁକି ପିସିସି ସଭାପତିଙ୍କୁ ହଟାଯାଉ ନାହିଁ ? ପଂଚାୟତ ନିର୍ବାଚନ ପରେ ଦଳରେ ଗୋଷ୍ଠୀ କନ୍ଦଳ ବଢିଚାଲିଛି । ଏବଂ ଆଜି ତାରାଙ୍କ ଏହି ବୟାନ ପରେ ଏହି ବିବାଦ ଆଗକୁ ବଢିବାର ଆଶଙ୍କା ରହିଛି ।

ପୁଣି ଆରମ୍ଭ ହୋଇପାରେ କଂଗ୍ରେସ୍ ନେତାଙ୍କ ଦିଲ୍ଲୀ ଅଭିଯାନ । ପଂଚାୟତ ବିଫଳତା ପରେ ଏବେ ପ୍ରସାଦଙ୍କ ଉପରେ ପୁଣି ବିପଦର ଖଣ୍ଡା । ତେବେ ଦଳର ଅନ୍ୟ କିଛି ନେତା ପ୍ରସାଦଙ୍କ ସପକ୍ଷରେ ବାହାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe