କେମିତି ଅଛି ତାରାଙ୍କ ସ୍ୱାସ୍ଥ୍ୟାବସ୍ଥା ? ଗତକାଲି ବିଧାନସଭାରେ ହୋଇପଡିଥିଲେ ଅସୁସ୍ଥ 

151

କନକ ବ୍ୟୁରୋ : ଧିରେ ଧିରେ ସୁସ୍ଥ ହେଉଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି  । ହେଲେ, ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି  । ଅକ୍ସିଜେନ ଲାଗିଛି  । ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି ତାରା  । ଗତକାଲି ବିଧାନସଭାରେ ଅସୁସ୍ଥ ହୋଇପଡିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତିଙ୍କ ପୋଡିୟମ ତଳେ ଚେୟାର ଉପରେ ଚଢି ପ୍ରତିବାଦ କରିବା ବେଳେ ଅସୁସ୍ଥ ହୋଇପଡିଥିଲେ ତାରା ।

ସହଯୋଗୀମାନେ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇ ଦେଇଥିଲେ । ପରେ ବାଚସ୍ପତିଙ୍କୁ ନିର୍ଦ୍ଦେଶ କ୍ରମେ ତାରାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ବିଧାନସଭାର ଲବିକୁ ଡାକ୍ତର ଆସିଥିଲେ ।

ତେବେ ଗତ କିଛି ଦିନ ପୂର୍ବରୁ କରୋନାରୁ ସୁସ୍ଥ ହୋଇଛନ୍ତି ତାରା ବାହିନୀ ପତି । କରୋନାର ସଂକ୍ରମିତ ହେବା ପରେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସା ହେଉଥିଲେ ଜୟପୁରର କଂଗ୍ରେସ ବିଧାୟକ ।