କନକ ବ୍ୟୁରୋ : ବିଧାନସଭାରେ ପୁଣି ଉଠିଲା ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ହେଉଛି ପ୍ଲାନଡ଼ ମର୍ଡର । ବିଜେପି କହୁଛି ସିବିଆଇ, ଆମେ କହୁଛୁ ଏସଆଇଟି ତଦନ୍ତ ହେଉ । ଗୃହରେ ଯାହା ସରକାର ଉତ୍ତର ରଖୁଛନ୍ତି ଯାହା କ୍ରାଇମବ୍ରାଞ୍ଚର ତଦନ୍ତ ହେଉଛି ତାହା ଲୋକଙ୍କୁ ଛୁଉଁନି । ଗୋପାଳ କେବଳ ପାଗଳ କି ନୁହେଁ ତାହା ତଦନ୍ତ ହେଉଛି କିନ୍ତୁ ସେ କାହିଁକି ମାରିଲା ତାହା ତଦନ୍ତ ହେଉନି । ଏ ନେଇ ଟାଇମ ଟୁ ଟାଇମ ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ତଥ୍ୟ ଉପସ୍ଥାପନ କରନ୍ତୁ ବୋଲି ବାଚସ୍ପତି ରୁଲିଂ ଦାବି କଲେ ତାରା ।

Advertisment

ସେହିଭଳି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ୩୦ ଦିନ ଚାଲିବ । କିନ୍ତୁ କ୍ରାଇମବ୍ରାଞ୍ଚ କୌଣସି ଟେର ପାଉନି । କ୍ରାଇମବ୍ରାଞ୍ଚ ଉପରେ ଆଉ ଭରସା ନାହିଁ । କାହିଁକି ହତ୍ୟା ହୋଇଛି ରାଜନୈତିକ ଉଦ୍ଦେଶ୍ୟ ନା ବ୍ୟବସାୟିକ ହତ୍ୟା ତାହା ସ୍ପଷ୍ଟ ହୋଇପାରୁନି । ଖାକିର ତଦନ୍ତ ଖାକି କିପରି କରିବ ବୋଲି ପ୍ରଶ୍ନ କଲେ ସାଲୁଜା । ନବ ଦାସଙ୍କ କକା କହିଛନ୍ତି ଷଡ଼ଯନ୍ତ୍ର ହୋଇଛି ଏପରିକି ସରକାର ଅର୍ଥାତ ରାଜସ୍ୱ ମନ୍ତ୍ରୀ ମଧ୍ୟ କହିଛନ୍ତି ଷଡ଼ଯନ୍ତ୍ର ହୋଇଛି । ତାଙ୍କ ସାମ୍ରାଜ୍ୟକୁ ଦଖଲ ପାଇଁ ବର୍ତ୍ତମାନ ସେଠି ଗଣ୍ଡଗୋଳ ହେଉଛି । ଭଟଲି ବିଧାୟକ ସୁଶାନ୍ତ ସିଂ ଓ ମନ୍ତ୍ରୀ ନବ ଦାସ ଙ୍କ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଚାଲିଛି । ତେଣୁ ନବ ଦାସଙ୍କ ହତ୍ୟାକାଣ୍ଡରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରଯାଉ ବୋଲି ଦାବି କରିଛନ୍ତି ସାଲୁଜା ।

ଅନ୍ୟପଟେ ବିଜେପି ବି ବିଧାନସଭାରେ ଉଠାଇଛି ନବ ଦାସ ହତ୍ୟାକାଣ୍ଡ ଘଟଣା । ଦଳର ବିଧାୟକ ସୁବାଷ ପାଣିଗ୍ରାହୀ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ମାସେ ବିତିବାକୁ ଯାଉଛି କିନ୍ତୁ ତଦନ୍ତ କେବଳ ଗୋପାଳ ପାଖରେ ସୀମିତ ରହିଛି । ଗୋପାଳକୁ ପାଗଳ ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ଜାଗାକୁ ନେଉଛନ୍ତି ତେଣୁ ବିଜେପିର ଦାବି ସିବିଆଇ ତଦନ୍ତ ହେଉ ।